Latest Odisha News

ଆସନ୍ତୁ ଜାଣିବା ଭିକ୍କିଙ୍କ ଫୋନ ୱାଲପେପର ଥିବା ଏହି କୁନି ଝିଅଟି କିଏ

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରିୟଲ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଭିକ୍କି ମଧ୍ୟ କ୍ୟାଟ୍ରିନା ଅଧିକ ଭଲ ପାଆନ୍ତି ବୋଲି ପ୍ରମାଣ କରି ସାରିଛନ୍ତି । ଏବେ ତାଙ୍କ ଫୋନ ୱାଲପେପରରେ ଏକ କୁନି ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି । ପରେ ଜଣା ପଡିଥିଲା ଏହା କ୍ୟାଟ୍ରିନାଙ୍କ ପିଲା ବେଳର ଫଟୋ । ସୋସିଆଲ ମିଡିଆରେ ସେ ଏହି ଫଟୋ ଶେୟାର କରିବା ପରେ ୟୁଜର୍ସମାନେ ଏହା ବେଶ ପସନ୍ଦ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି ଦୁନିଆରେ ବୋଧହୁଏ ଏ ଭଳି ୦.୧ ପ୍ରତିଶତ ପୁରୁଷ ରହିଛନ୍ତି । ଆଉ ଜଣେ ଲେଖିଛନ୍ତି ଭିକ୍କି ମନେ ମନେ ଚାହୁଁଛନ୍ତି ଯେ, ତାଙ୍କ ଝିଅ ବି ଏ ଭଳି ଦେଖାଯାଏ । ୨୦୨୧ରେ କ୍ୟାଟ୍ରିନା ଓ ଭିକ୍କି ବିବାହ କରିଥିଲେ । ସେମାନଙ୍କ ବିବାହ ବଲିଉଡ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ବିବାହ ପରେ ଉଭୟଙ୍କୁ ପ୍ରାୟ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି ।

Leave A Reply

Your email address will not be published.