Latest Odisha News

BREAKING NEWS

ବିଜେଡି ରାଜ୍ୟ ପରିଷଦ ବୈଠକରେ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ଭିଡିଓ କନଫରେନ୍ସିଂରେ ବୈଠକରେ ଯୋଗ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସେ ମତାମତ ମାଗିଛନ୍ତି । ସରକାର ଓ ସଙ୍ଗଠନ ନେଇ ମତାମତା ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ ।

ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖାଏ ମତାମତ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ । ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା ସେଗୁଡ଼ିକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ ।

ବିଜେଡି ପରିଷଦ ବୈଠକରେ ତୃଣମୂଳସ୍ତରରେ ଦଳକୁ ଓ ସଂଗଠନକୁ କିଭଳି ଅଧିକ ସଶକ୍ତ କରାଯିବ ସେନେଇ ଆଲୋଚନା କରାଯିବ । ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ଅବହେଳାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ରଣନୀତି ।

Leave A Reply

Your email address will not be published.