Latest Odisha News

BREAKING NEWS

‘ସ୍ୱପ୍ନର ଘର’ ତିଆରି କରୁଛନ୍ତି କରୀନା

ମୁମ୍ବାଇ: କରୀନା କପୁର ଖୁବ୍ ଶୀଘ୍ର ପୁଣି ଥରେ ମା ହେବାକୁ ଯାଉଛନ୍ତି। ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଯାହା ଲାଗୁଛି ପ୍ରସବ ପୂର୍ବରୁ, କରୀନା ତାଙ୍କ ବେବିର ଆଗମନ ପାଇଁ ଡ୍ରିମ୍‌ ହୋମ୍‌ ଡିଜାଇନ୍ କରିବାକୁ ଚାହୁଁଛନ୍ତି। ଯେଉଁ କୋଠରୀକୁ ସେ ନିଜ ସ୍ୱପ୍ନର ଘର ବୋଲି ବର୍ଣ୍ଣନା କରିଛନ୍ତି।

କରୀନା ତାଙ୍କ ପ୍ରିୟ ଡିଜାଇନର୍ ସହିତ କୋଠରୀରେ ଠିଆ ହୋଇ ତାଙ୍କୁ କିଛି ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଛି। ଏହା ସହିତ ସେ ଲେଖିଛନ୍ତି ଯେ – “ପୁନର୍ବାର ମ‌ୋର ପ୍ରିୟ ଡିଜାଇନର୍ ସହିତ … ଡ୍ରିମ୍ ହୋମ୍”। ତାଙ୍କ କୋଠରୀରେ ବହିରେ ଭର୍ତ୍ତି ହୋଇଥିବା ଆଲମାରୀ ରହିଥିବା ଦେଖିବାକୁ ମିଳିଛି। ଗତ ବର୍ଷ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ସୋସିଆଲ ମିଡିଆ ମାଧ୍ୟମରେ ଗର୍ଭଧାରଣ ଖବର ସେୟାର କରିଥିଲେ।

 

Comments are closed.