Latest Odisha News

BREAKING NEWS

୨୦୨୧ରେ ‘ବିଜି’ ରହିବେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ୨୦୨୦ ବଲିଉଡ ପାଇଁ ଏକ କଷ୍ଟସାଧ୍ୟ ସମୟ ଥିଲା। ନିର୍ଦ୍ଦେଶକ, ନିର୍ମାତା ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ହାତରେ ହାତ ବାନ୍ଧି ବସିରହିଥିଲେ। ବର୍ତ୍ତମାନ ୨୦୨୧ର ଆଗମନ ସହିତ, ଅଭିନେତାଙ୍କ ସମେତ ଦର୍ଶକ ବଲିଉଡରୁ ଅନେକ ଆଶା ରଖିଛନ୍ତି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ ମଧ୍ୟ ଚଳିତ ବର୍ଷ ବେସ୍‌ ବିଜି ରହିବେ।

ଅଭିନେତ୍ରୀ ବର୍ଷ ଆରମ୍ଭରୁ ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମ ସର୍କସର ସୁଟିଂ ସହିତ ସେ ନୂଆ ବର୍ଷରେ ନିଜର ପ୍ରଥମ ପାଦ ଆଗକୁ ବଢାଇଛନ୍ତି। ଏହା ବ୍ୟତୀତ ଜ୍ୟାକଲିନଙ୍କର ଆଉ ଦୁଇଟି ଚଳଚ୍ଚିତ୍ର ମଧ୍ୟ ପଛକୁ ପଛ ରହିଛି। ଖବର ଅନୁଯାୟୀ ବର୍ଷର ଆରମ୍ଭ ସହିତ ଜ୍ୟାକଲିନ୍ ସର୍କସ୍ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏହାର ସୁଟିଂ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେ ଭୁତ୍‌ ପୋଲିସ ପାଇଁ ସୁଟିଂ ଆରମ୍ଭ କରିବେ। ତେଣୁ, ଚଳିତ ବର୍ଷ ସେ ପୁରା ବ୍ୟସ୍ତ ରହ‌ିବେ ବୋଲି ଜଣାପଡ଼ୁଛି।

Leave A Reply

Your email address will not be published.