ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା । ଏହି ଟ୍ୟାଗ୍ ପ୍ରଥମେ କରିଶ୍ମା କାପୁରଙ୍କୁ ହିଁ ସୁଟ୍ କରୁଥିଲା । ହେଲେ ବେଳ ଗଡିବା ସହ ସେ ବି ବଲିଉଡରୁ ଉଭାନ୍ ହୋଇଯାଇଥିଲେ । କୁଲି ନମ୍ବର ୱାନ୍ ହେଉ କି ହିରୋ ନମ୍ବର ୱାନ୍ । ଫିଲ୍ମକୁ ନମ୍ବର ୱାନ୍ କରାଇବାରେ କରିଶ୍ମାଙ୍କ ଭୂମିକା ବି କିଛି କମ୍ ନଥିଲା ।
ବଲିଉଡରୁ ଦୂରେଇଯିବା ପରେ ବିବାହ ତାଙ୍କ ରାସ୍ତାର କଣ୍ଟା ସାଜିଥିଲା । ଡିଭୋର୍ସ ପରେ ସେ ପୁନର୍ବାର ନିଜ ଜୀବନକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି । ତେବେ ପରିବାର ପାଇଁ ଦିନେ ଫିଲ୍ମ ଦୁନିଆକୁ ଛାଡିଥିବା କରିଶ୍ମା, ପୁଣିଥରେ କମ୍ବ୍ୟାକ୍ କରିବାକୁ ଯୋଜନା କରିଛନ୍ତି ।
ଶେଷଥର ପାଇଁ ତାଙ୍କୁ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା । ୱେବ୍ ସିରିଜ୍ ମେଣ୍ଟାଲ୍ହୁଡ୍ରେ ସେ ଏକତା କାପୁୁରଙ୍କ ପାଇଁ ଅଭିନୟ କରିଥିଲେ । ସିରିଜଟି ପପୁଲାର ହୋଇଥିଲେ ହେଁ କରିଶ୍ମା କିନ୍ତୁ ଅଭିନୟ କରିବାକୁ ଆଉ ଇଛୁକ ନାହାନ୍ତି । କାହିଁକି ନା ସେ ଅଭିନେତ୍ରୀ ଭାବେ ନୁହେଁ ବରଂ ଅନ୍ୟ ଏକ ଭୂମିକାରେ ବଲିଉଡକୁ କମ୍ବ୍ୟାକ୍ କରିବାକୁ ମନ ବଳାଇଛନ୍ତି ।
ରିପୋର୍ଟ ଅନୁଯାୟୀ କରିଶ୍ମା ସତ୍ୟ ଘଟଣା ଉପରେ ଆଧାରିତ କିଛି କଣ୍ଟେଣ୍ଟକୁ ଓଟିଟି ପ୍ଲାଟଫର୍ମରେ ଦେଖାଇବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ସେ ବସିବେ ପ୍ରଯୋଜିକା ଚୌକିରେ । ଏପରିକି ଏ ନେଇ ସେ କରିନାଙ୍କ ସହ ମଧ୍ୟ ହାତ ମିଳାଇପାରନ୍ତି ।
Comments are closed.