Latest Odisha News

BREAKING NEWS

ବ୍ରେକଫାଷ୍ଟ ମିଟିଂରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସସପେନ୍ସ ଶେଷ: ସିଏମ୍‌ ପଦ ଛାଡିବା ନେଇ ସିଦ୍ଦରମୈୟାଙ୍କ ଘୋଷଣା

ବେଙ୍ଗାଲୁରୁ: ବ୍ରେକ୍ଫାଷ୍ଟରେ କର୍ଣ୍ଣାଟକ ନାଟକରେ ଲାଗିଲା ବ୍ରେକ୍। ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀମାନଙ୍କ ସହ ଏକ ଜଳଖିଆ ବୈଠକରେ ସେ ଏହି ଘୋଷଣା କରିଛନ୍ତି। ସେ ସେମାନଙ୍କୁ ତାଙ୍କର ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। ସିଦ୍ଧରମୈୟା ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ। ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ ପଦ ଛାଡିବାକୁ କହିଛନ୍ତି, ଯାହା କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଏପର୍ଯ୍ୟନ୍ତ ସିଦ୍ଦରମୈୟାଙ୍କୁ ‘ସମୟ ମିଳିନାହିଁ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ସିଦ୍ଦରମୈୟାଙ୍କ ପରେ ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ମିଠା ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି । ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଜଳଖିଆ ବୈଠକ ସମୟରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଦ ଛୁଇଁଥିଲେ। ଏହି ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମ୍ଭାବ୍ୟ ଇସ୍ତଫାକୁ ନେଇ ବଢ଼ୁଥିବା ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ସେ ଇସ୍ତଫା ନେଇ ଘୋଷଣା କରିଛନ୍ତି ।

ଅପରାହ୍ନ ୩ଟାରେ ଇସ୍ତଫା ଦେବେ ସିଦ୍ଦରମୈୟା । ସେପଟେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କ ବେଙ୍ଗାଲୁରୁରେ ଅନୁପସ୍ଥିତି ରାଜ୍ୟ ରାଜନୈତିକ ଦୃଶ୍ୟପଟରେ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି । କଂଗ୍ରେସ ସୂତ୍ର ଅନୁସାରେ ରାଜ୍ୟପାଳଙ୍କ ଅନୁପସ୍ଥିତି ଇସ୍ତଫା ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ । ସିଦ୍ଦରମୈୟା ଆଜି ଅପରାହ୍ନ ୩ଟାରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଇସ୍ତଫା ପ୍ରଦାନ କରିବେ।

Leave A Reply

Your email address will not be published.