Latest Odisha News

BREAKING NEWS

କର୍ଣ୍ଣାଟକ ସିଏମ୍‌ ବି.ଏସ୍ ୟେଡିୟୁରପ୍ପାଙ୍କୁ କରୋନା; ହସ୍ପିଟାଲ୍‌ରେ ଭର୍ତ୍ତି

କର୍ଣ୍ଣାଟକ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପା ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମାୟା ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୨୦୨୦ରେ, ସେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ସହ ପ୍ରଥମ ଥର ସଂକ୍ରମିତ ହୋଇଥିଲେ।

୭୮ ବର୍ଷୀୟ ୟେଡିୟୁରପ୍ପାଙ୍କୁ ଗତ ଦୁଇ ଦିନ ଧରି ଜ୍ୱର ଲାଗି ରହିଥିଲା। ଏହାପରେ ତାଙ୍କର ଗୁରୁବାର ଦିନ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତାଙ୍କୁ ମଣିପାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସିଏମଓ ସୂତ୍ରରୁ ପ୍ରକାଶ।

Comments are closed.