Latest Odisha News

BREAKING NEWS

୪୦ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ ସହ ପାଳିତ ହେଲା ନବବର୍ଷ

ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର (ଓଆଇସି) ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୬ ଜଣ ଉଦ୍ୟୋଗୀ ଓ ୧୫ ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ଅତିଥି ମାନଙ୍କୁ ୪୦ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା ।

ଏହି ଉତ୍ସବକୁ ପୁରୀ ଛତିଶା ନିଯୋଗ ମୁଖ୍ୟ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଉଦଘାଟନ କରିଥିଲେ ଓ ବିଏସଏଫର ଡିଜି ସୁଶାନ୍ତ ନାଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶରତ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ୱସ୍ତିକ ଗ୍ରୁପର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି, ଉଦ୍ୟୋଗପତି ପାର୍ଥଜିତ ପଟ୍ଟନାୟକ, ଚ୍ୟାମ୍ବର ଅଫ କମର୍ସର ସଭାପତି ବ୍ରହ୍ମା ମିଶ୍ର, ପରିବେଶବିତ ଅତିଶ କୁମାର ବେହେରା , କ୍ରୀଡ଼ା ଉଦ୍ୟୋଗୀ ବିନୋଦ ବିହାରୀ ଦାସ ଓ ଶିକ୍ଷା ଉଦ୍ୟୋଗୀ ଭାବରେ ମଦର୍ସ ପବ୍ଲିକ ସ୍କୁଲର ସଭାପତି ପଲ୍ଲୀ ପଟ୍ଟନାୟକଙ୍କୁ ‘ଓଡ଼ିଆ ଅସ୍ମିତା ସମ୍ମାନ’ ପ୍ରଦାନ କରାଯାଇଥିଲା।

ସେହିପରି ଦେବେନ୍ଦ୍ରନାଥ ଶତପଥୀ, ଗୌରାଙ୍ଗ ବାରିକ, ଜୟନ୍ତ ଦାସ, କେଶୁ ଦାସ, ଲୋକନାଥ ଦାସ, ମଧୁସୂଦନ ନାୟକ, ପ୍ରୀତି ରଞ୍ଜନ ପ୍ରଧାନ, ପ୍ରିୟଦର୍ଶିନୀ ସିଂହ , ରତିକାନ୍ତ ବେହେରା, ରାଜଶ୍ରୀ ଜେନା , ସଞ୍ଜୀବ ମଲ୍ଲିକ , ସୁହାଗ ନଳିନୀ ଦାସ, ସୋହିନୀ ମିଶ୍ର , ଶ୍ରୀକୃଷ୍ଣ ଖଣ୍ଡା ଓ ତାପସ ସରଘରିଆଙ୍କୁ ବିଶିଷ୍ଟ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜଶ୍ରୀ ଜେନା ଓ ସାଥି ଦ୍ୱାରା ଦଣ୍ଡ ନାଚ ଏବଂ ଆଦୃତା ଗ୍ରୁପ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଓଆଇସିର ସଭାପତି ପରେଶ ନାୟକ ଓ ଉଦଘୋଷକ ବାସୁଦେବ ନାଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.