କର୍ଣ୍ଣାଟକ: ଅଭିନେତ୍ରୀ କଙ୍ଗନା ରାଣାୱତ୍ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି। କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ୟାଥ୍ରାସାନ୍ଦା ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କୃଷି ଆଇନ୍କୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ସମୟରେ କଙ୍ଗନା ଟୁଇଟ୍ କରିଥିଲେ, ଯେଉଁମାନେ ଏହି କୃଷି ଆଇନ୍କୁ ବିରୋଧ କରୁଛନ୍ତି ସେମାନେ ଆତଙ୍କବାଦୀଠୁ କମ୍ ନୁହେଁ।
କଙ୍ଗନାଙ୍କ ଏଭଳି ବୟାନକୁ ନେଇ କ୍ୟାଥାସାନ୍ଦ୍ରା ଅଞ୍ଚଳର ଆଇନ୍ଜୀବୀ ଏଲ୍ ରମେଶ ନାଇକଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ଜେଏମ୍ଏଫ୍ସି କୋର୍ଟ କ୍ୟାଥାସାନ୍ଦ୍ରା ପୋଲିସ୍ ଷ୍ଟେସନ୍ରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି।
Comments are closed.