Latest Odisha News

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି।

BjdElectrycity

ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଥିଲେ। କିନ୍ତୁ କଂଗ୍ରେସର ବରିଷ୍ଠ ବିଧାୟକ ବି ଆର ପାଟିଲ ଏଭଳି ସ୍ଥିତି ଯୋଗୁ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ବୈଠକରେ ପାଟିଲ ମନ୍ତ୍ରୀଙ୍କ ମାନମାନି ଓ ନିଜର ଆତ୍ମସମ୍ମାନ ପ୍ରସଙ୍ଗକୁ ନେଇ ଇସ୍ତଫା ପ୍ରସଙ୍ଗ ଉଠାଇଛନ୍ତି। ଯେଉଁଠି ଆତ୍ମସମ୍ମାନ ନାହିଁ ସେଠି ସେ ଇସ୍ତଫା ଦେଇ ପଳାଇବେ ବୋଲି କହିଥିବା ସୂଚନା ମିଳିଛି।

କର୍ଣ୍ଣାଟକର ଆଲାଣ୍ଡ ବିଧାୟକ ପାଟିଲ କଂଗ୍ରେସର ଜଣେ ବରିଷ୍ଠ ନେତା। କର୍ଣ୍ଣାଟକରେ ନିଜ ଦଳୀୟ ବିଧାୟକଙ୍କୁ ମନ୍ତ୍ରୀମାନେ ବିଶ୍ୱାସକୁ ନେଉ ନ ଥିବା ବହୁ ବିଧାୟକ ଅଭିଯୋଗ କରୁଛନ୍ତି।

ବିଭିନ୍ନ ଜିଲ୍ଲାର ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାର ସବୁ କିଛି ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେବା ସହ ବିଧାୟକ ମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି। ସେପଟେ ପାଟିଲଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ବିନୟ କୁଲକର୍ଣ୍ଣି, ସିଏସ ନାଡ଼ାଗୌଡା, ହାମାପାନାଗୌଡା ବାଡାରିଲ ପ୍ରମୁଖ ଦଳୀୟ ବିଧାୟକ।

ଏପରିକି କିଛି ଅଫିସର ମାନେ ମଧ୍ୟ ଦଳୀୟ ବିଧାୟକଙ୍କ କଥା ଶୁଣୁ ନ ଥିବା ପାଟିଲ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବିଧାୟକ ମାନଙ୍କ ସହ ମାସିକ ବୈଠକ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏପରିକି ଅଗଷ୍ଟ ମାସରେ ୫୦ ପ୍ରତିଶତ ବିଧାୟକଙ୍କୁ ବିଭିନ୍ନ ବୋର୍ଡ ଓ କର୍ପୋରେସନରେ ବିଧାୟକ ମାନଙ୍କୁ ଜାଗା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଆଲୋଚନା ହେଉଛି। ସେପଟେ ସମସ୍ତଙ୍କୁ ଖୁସି କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ବିଧି ବ୍ୟବସ୍ଥା ଅନୁଯାୟୀ ସବୁ କଥା କରାଯାଉଛି ବୋଲି କୁହାଯାଇଛି। ସେପଟେ ଏଭଳି ସ୍ଥିତିକୁ ଆଖି ଆଗରେ ରଖି ଆସନ୍ତା ଅଗଷ୍ଟ ଦୁଇ ତାରିଖରେ ଦିଲ୍ଲୀରେ କର୍ଣ୍ଣାଟକର ସବୁ ମନ୍ତ୍ରୀଙ୍କ ବୈଠକ ରଖାଯାଇଛି।

କଂଗ୍ରେସ ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ମନ୍ତ୍ରୀ ମାନଙ୍କ ସହ କଥା ହେବେ। ପ୍ରଥମ ବୈଠକ ବରିଷ୍ଠ ନେତାଙ୍କ ସହ ହେବାକୁ ଥିବାବେଳେ ଦ୍ଵିତୀୟ ବୈଠକ ମନ୍ତ୍ରୀମାନଙ୍କ ସହ କରାଯିବ। କର୍ଣ୍ଣାଟକରେ ଦଳୀୟ ନେତାଙ୍କ ଅସନ୍ତୋଷ ଦୂର କରିବା ସହ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବ।

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ହାଇକୋର୍ଟ ନୋଟିସ ଦେଇଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ ବରୁଣାର ଏକ ଗ୍ରାମପଞ୍ଚାୟତର ପୂର୍ବତନ ସଦସ୍ୟଙ୍କ ପିଟିସନ ଆଧାରରେ କୋର୍ଟ ନୋଟିସ ଜାରି କରିଛନ୍ତି।

ବିଭିନ୍ନ ଲୋଭନୀୟ ଯୋଜନା ଘୋଷଣା କରି ସିଦ୍ଦରମେୟା ନିର୍ବାଚନ ଜିତିଥିବାରୁ ଏହାକୁ ଲାଞ୍ଚ ବୋଲି ଦର୍ଶାଇ ପିଟିସନ ଦାଖଲ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.