Latest Odisha News

BREAKING NEWS

ହନୁମାନଙ୍କ ଗଦା ଧରି ସାମ୍ନାକୁ ଆସିଲେ ରାହୁଲ: କଂଗ୍ରେସ କହିଲା ବଜରଙ୍ଗବାଲି ଆମ ସାଥୀରେ

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଡକୁ ଆଗଉଛି । ଏକଜିଟ ପୋଲର ଆକଳନରୁ କାହିଁ କେତେ ଅଧିକ ଆଗରେ ରହିଛି କଂଗ୍ରେସ ।  ପ୍ରାୟ ୧୩୭ ସିଟରେ ଆଗୁଆ ରହିଛି । ବିଜେପି ନିଜର ପରାଜୟ ସ୍ୱୀକାର କରି ସାରିଲାଣି । କଂଗ୍ରେସର ବିପୁଳ ବିଜୟଧାରାକୁ ଲକ୍ଷ୍ୟ କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସର ବିଜୟ କହିଛନ୍ତି । ଜନତା ଯାହା ନିଷ୍ପତ୍ତି ନେଇଛନ୍ତି ଏଥିରୁ ପ୍ରମାଣିତ ହୋଇଛି ଯେ ବଜରଙ୍ଗବାଲୀ କଂଗ୍ରେସକୁ ସାଥ ଦେଇଛନ୍ତି । ଏହି ବିଜୟ ପାଇଁ କଂଗ୍ରେସର ରାଷ୍ଟ୍ରୀୟ ନେତା ଏବଂ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପକ୍ଷେ ଇଣ୍ଡିଆନ ୟୁଥ କଂଗ୍ରେସ ଅଧ୍ୟକ୍ଷ ବି ଭି ଶ୍ରୀନିବାସଙ୍କ ସମେତ ଅନେକ କଂଗ୍ରେସ ସମର୍ଥକ ରାହୁଲ ଗାନ୍ଧିଙ୍କୁ ଭଗବାନ ହନୁମାନଙ୍କ ଗଦା ସହ ସଜାଇ ଭିଡିଓ ଓ ଫଟୋ ସେୟାର କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସ ଘୋଷଣାପତ୍ରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ ଘୋଷଣା କରିବା ପରେ ବିଜେପି ଏହାକୁ ଇସ୍ୟୁ କରିଥିଲା । ଭଗବାନ ବଜରଙ୍ଗବାଲିଙ୍କ ସହ ଏହାକୁ ଯୋଡି ଏକ ବଡ ପ୍ରସଙ୍ଗ କରିଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ରାଲିରେ ଅନେକ ଥର ବଜରଙ୍ଗବାଲି ଇସ୍ୟୁକୁ ଉଠାଇଥିଲେ ।

ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, କର୍ଣ୍ଣାଟକ ଫଳାଫଳ ବିଲକୁଲ ଆଶାନୁରୂପକ ହୋଇଛି । ମୋଦି ନିଜକୁ ଆଗରେ ରଖି କର୍ଣ୍ଣାଟକବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ । ତେଣୁ ଏହି ପରାଜୟ ମୋଦିଙ୍କ ପରାଜୟ ବୋଲି ସେ କହିଛନ୍ତି । ସେ କହିଛନ୍ତି, ବଜରଙ୍ଗବାଲିଙ୍କ ଗଦା ଭ୍ରଷ୍ଟାଚାରୀଙ୍କ ଉପରେ ପଡିଛି ଏବଂ ଭାଜପା ସରକାର ମାଟିରେ ମିଶି ଯାଇଛି ।

ସେହିପରି ରାଜସ୍ଥାନ ସିଏମ ଅଶୋକ ଗେହଲଟ କଂଗ୍ରେସର ବିଜୟକୁ ନେଇ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ କର୍ଣ୍ଣାଟକରେ ଯେଉଁ ମାହୋଲ ଦେଖିବାକୁ ମିଳିଥିଲା ଆଜି ତାହାର ଫଳ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସ୍ପଷ୍ଟ ଦେଖିବାକୁ ମିଳିଛି ।  ଗେହଲଟ ଟୁଇଟ କରି କହିଛନ୍ତି, ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ   ଦଳୀୟ ନେତାମାନେ  ନିର୍ବାଚନ ଲଢିଥିଲେ । କର୍ଣ୍ଣାଟକ ସାଂପ୍ରଦାୟିକ ରାଜନୀତିକୁ ଛାଡି ବିକାଶ ରାଜନୀତିକୁ ଆପଣେଇଛି । ଆସନ୍ତା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ହେବ ।

ସୂଚନାଥାଉ କି, କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳି ଯାଇଛି ।

 

Leave A Reply

Your email address will not be published.