Latest Odisha News

BREAKING NEWS

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଶ୍ରମ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଅତିରିକ୍ତ ୨ଟି ବିଭାଗ । ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ ଦୁଇଟି ଯାକ ଦାୟିତ୍ୱ ଏବେ ପ୍ରମିଳା ମଲ୍ଲିକଙ୍କ ପାଖରେ । ଦୁଇ ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଗତକାଲି ଇସ୍ତଫା ଦେବା ପରେ ଏହି ବିଭାଗ ଦୁଇଟି ଖାଲି ପଡିଥିଲା । ଏହାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦେଇଛନ୍ତି।

ସୂଚନାଥାଉ କି, ଗତକାଲି ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ବିକ୍ରମ ଆରୁଖ, ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ କିଏ ବାଚସ୍ପତି ହେବ ଓ କାହାକୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ତାକୁ ନେଇ ବେଶ୍ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଥିଲା । ଆଜି ଏହାର ଅବସାନ ଘଟିଛି ।

ତେବେ ଏପରି ଇସ୍ତଫାକୁ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବାବେଳେ  ସ୍ତଫାକୁ ନେଇ ସରଗରମ ହୋଇଛି ରାଜନୀତି। ନବୀନ ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ଅନୁମାନ କରାଯାଉଛି ।   ଏବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭୁବନେଶ୍ବର ବାହାରେ ଅଛନ୍ତି। ୨୨ରେ ଭୁବନେଶ୍ବର ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରେ।

Leave A Reply

Your email address will not be published.