ମୁମ୍ବାଇ: ୩୭ ବର୍ଷୀୟ ଦୀନେଶ କାର୍ତିକ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ମ୍ୟାଚ ଖେଳି ସାରିଛନ୍ତି । ସେ ୨୦୦୪ରେ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି । ଏହା ପରେ ସେ ସେହି ବର୍ଷ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ । ସେହିପରି ବୀରେନ୍ଦ୍ର ସେହ୍ୱାଗଙ୍କ ଅଧିନାୟକତ୍ୱରେ ଟି୨୦ କ୍ରିକେଟରେ ପଦାର୍ପଣ କରିଥିଲେ ।
ଏହା ବ୍ୟତୀତ ସେ ଅନୀଲ କୁମ୍ବଲେ, ଏମଏସ ଧୋନୀ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ସୁରେଶ ରାଇନା ଓ ରିଷଭ ପନ୍ତଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । ଏବେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଆଇସିିସି ଏକାଦଶ ପକ୍ଷରୁ ମନୋନୀତ ହୋଇ ସେ ପାକିସ୍ତାନର ଶାହୀଦ ଆଫ୍ରିଦୀଙ୍କ କ୍ୟାପଟେନଶିପରେ ମ୍ୟାଚ ଖେଳିଛନ୍ତି ।
Comments are closed.