Latest Odisha News

BREAKING NEWS

‘ଶେହ୍‌ଜାଦା’ରେ ଏକାଠି ନଜର ଆସିବେ କାର୍ତ୍ତିକ ଓ କ୍ରିତି

ନୂଆଦିଲ୍ଲୀ: ପୁଣି ଏକାଠି ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ୍। ଏ ନେଇ ଉଭୟ କଳାକାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅଭିନେତାମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଶେହ୍‌ଜାଦାରେ ଏକାଠି ନଜର ଆସିବେ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରୋହିତ ଧାୱନ। କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଆଜି ନିଜ ନିଜ ଇନଷ୍ଟାଗ୍ରାମରେ ଏ ସଂକ୍ରାନ୍ତରେ ପ୍ରସଂଶକଙ୍କୁ ଜଣାଇଛନ୍ତି।

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନଙ୍କୁ ପୂର୍ବରୁ ୨୦୧୯ରେ ଚଳଚ୍ଚିତ୍ର ‘ଲୁକା ଛୁପି’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ନଭେମ୍ବର ୪, ୨୦୨୨ ରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.