Latest Odisha News

BREAKING NEWS

ଶହେ ଲକ୍ଷ କୋଟି ଟଙ୍କାର ‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ‘ଗତିଶକ୍ତି’ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ। ଆଜି ପୂର୍ବାହ୍ନ ୧୧ଟା ବେଳେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ମୋଦି ଏହି ଗତି ଶକ୍ତି ଯୋଜନାର ଉନ୍ମୋଚନ କରିଛନ୍ତି ।

ଏହା ଏକ ମଲଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତି ଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରୀକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ। ଏହାର ଆୟୋଜନରେ ଦେଶର ମମସ୍ତ ବିଭାଗର ମିଶ୍ରଣରେ ଏକ ନେଟୱାର୍କିଂ ପ୍ଲାନିଂ ଗ୍ରୁଫ ପ୍ରସ୍ତୁତ କରାଯିବ।

ଏହି ଯୋଜନା ଦେଶର ମାଷ୍ଟର ପ୍ଲାନ ଏବଂ ଭିତ୍ତି ଭୂମିର ବିକାଶ ଦିଗରେ ଏକ ଗରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।୭୫ତମ ସ୍ୱାଧିନତା ଦିବସରେ ମୋଦି ଗତିଶକ୍ତି ଯୋଜନାର ଘୋଷଣା କରିଥିଲେ।ହେଲେ ଆଜି ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି।

ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍‌ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି। ଏହି ଯୋଜନା ହେଉଛି ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିି ।

Leave A Reply

Your email address will not be published.