Latest Odisha News

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ ରୋଶନ ବି କ୍ରିସ୍‌-୪ ପାଇଁ ସଜବାଜ ହେଉଛନ୍ତି । ଅନ୍ୟପଟେ କ୍ୟାଟ୍ରିନା କୈଫ ଓ ରଣବୀର ସିଂ ବି ଏକ ସୁପରହିରୋ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ଏପରି ସ୍ଥିତିରେ ସୁପରହିରୋ ଫିଲ୍ମ ଧାରାରେ କାର୍ତ୍ତିକ ଆର୍ଯ୍ୟନ ବି ସାମିଲ ହୋଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ କାର୍ତ୍ତିକ ବି ଏକ ସୁପରହିରୋ ଫିଲ୍ମ ପାଇଁ ସାଇନ୍ କରିଛନ୍ତି । କମିକ୍ ବୁକ୍ କ୍ୟାରେକ୍ଟର ଫାଣ୍ଟମ୍ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ତେବେ ଏଥିପାଇଁ କାର୍ତ୍ତିକଙ୍କୁ ତଗଡା ବଡି ପ୍ରସ୍ତୁତ କରିବାକୁ ପଡିବନି । ବରଂ ଭିଏଫଏକ୍ସ ସହାୟତାରେ କାର୍ତ୍ତିକ ଚକଲେଟ୍ ବୟରୁ ସାଜିବେ ହ୍ୟାଣ୍ଡସମ ହଣ୍ଟର୍ ।

ନିଜ ଅଭିନୀତ ସମସ୍ତ ଫିଲ୍ମରେ କାର୍ତ୍ତିକ ଭିନ୍ନଭିନ୍ନ ଚରିତ୍ର କରିବାକୁ ପସନ୍ଦ କରିଥାନ୍ତି । ନିକଟରେ ରାମ ମାଧବାନୀଙ୍କ ଫିଲ୍ମ ଧମାକା ପାଇଁ ସେ ହଁ ଭରିଥିଲେ । ଏଥିରେ ସେ ସଂପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ସେହିଭଳି ଭୁଲ୍ ଭୁଲୈୟା-୨ ଓ ଦୋସ୍ତାନା-୨ରେ ବି ତାଙ୍କ ନୂଆ ଅବତାରକୁ ଦେଖିବା ଲାଗି ଦର୍ଶକ ଚାହିଁ ବସିଛନ୍ତି । ତେବେ ସୁପରହିରୋ ଅବତାରରେ କାର୍ତ୍ତିକ କିପରି ଓ କେମିତି ନିଜକୁ ଢଳାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.