Latest Odisha News

BREAKING NEWS

ଭାରତରେ ଉତ୍ପାଦିତ ସ୍ପୁଟିନିକ୍-ଭି ଟିକାର ରୁଷ୍‌ରେ ଚାଲିଛି ପରୀକ୍ଷା, ୨୦୨୧ ସୁଦ୍ଧା ପ୍ରସ୍ତୁତ ହେବ ୩୦ କୋଟି ଡୋଜ୍‌

ନୂଆଦିଲ୍ଲୀ: କରୋନା ବିରୁଦ୍ଧରେ ଟିକା ଉତ୍ପାଦନ ପାଇଁ ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି, ଏଥିରେ ଭାରତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଋଷିଆ ଟିକା ସ୍ପୁଟିନିକ୍‌-ଭି ମଧ୍ୟ ଭାରତରେ ଉତ୍ପାଦିତ ହେଉଛି, ବର୍ତ୍ତମାନ ଋଷିଆରେ ଭାରତରେ ଉତ୍ପାଦିତ ଟିକା ପରୀକ୍ଷଣ ଚାଲିଛି।

ଋଷିଆ ଦୂତାବାସ ଅନୁଯାୟୀ, ଭାରତରେ ଲକ୍ଷାଧିକ ଡୋଜ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ନିର୍ମିତ କିଛି ନମୁନା ଋଷିଆରେ ପରୀକ୍ଷା କରାଯାଉଛି।

ରୁଷ ଦୂତାବାସ ଏହାର ବିବୃତ୍ତିରେ କହିଛି ଯେ ୨୦୨୧ ସୁଦ୍ଧା ଭାରତରେ ପ୍ରାୟ ୩୦୦ ନିୟୁତ ଡୋଜ୍ ସ୍ପୁଟିନିକ୍‌-ଭି ପ୍ରସ୍ତୁତ ହେବ।

ସୂଚନା ଥାଉ କି, କିଛି ସମୟ ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଏହି ଟିକାର ସଫଳତା ହାର ୯୧ ପ୍ରତିଶତରୁ ଅଧିକ ବୋଲି ଦାବି କରାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ପୁଟିନିକ୍‌-ଭି ଖୁବ ଶୀଘ୍ର ବିଶ୍ୱରେ ବ୍ୟବହାର ଅନୁମୋଦନ ହୋଇପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.