Latest Odisha News

BREAKING NEWS

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ ।

ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରା ବାଣିଜ୍ୟ ପାଇଁ ନୌକାରେ ଯାତ୍ରା କରୁଥିଲେ।  ଏହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ।  ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ସମସ୍ତ ନୀତି ନିୟମ ମାନି ବିଭିନ୍ନ ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ ।ଚନ୍ଦ୍ର ଗ୍ରହଣ ପାଇଁ ୫ଟା ୩୮ ପୂର୍ବରୁ ଡଙ୍ଗା ଭସାଇଲେ ।

କୁହାଯାଏ କାର୍ତ୍ତିକ ମାସ ପଞ୍ଚୁକ ଦିନ ଡଙ୍ଗା ଭସାଇବା ଦ୍ବାରା ବହୁ ପୁଣ୍ୟ ଅର୍ଜନ କରିଥାଏ । ତେଣୁ ଆଜି ଭୋରରୁ ବିଭିନ୍ନ ଦେବା ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିରହିଥିଲା ।

 

Comments are closed.