ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସୁରେଖା -“କଣ ହେଲା ମାଆ ଦୁଆର ଖୋଲିବାକୁ ଏତେ ଡେ଼ରି ? ଫୋନରେ କିଏ ଅଛନ୍ତି କି ତାଙ୍କୁ ଆଗ ଉତ୍ତର ଦିଅନ୍ତୁ ।”
ଆସ୍ଥା – ଆରେ ହଁ …ହଁ ନିମିଅପା ପୁଣି ଥରେ ଫୋନ ଉଠେଇ ,ସୁରେଖାକୁ ଟିକେ ବାହାରକୁ ପଠେଇ ଥିଲି ତ କାମରେ ଏବେ ଜଷ୍ଟ ଆସି ଘରେ ପହଞ୍ଚିଲା ।
ନିମିଅପା – ଆରେ ସୁରେଖା ! ତା କଥା ତ ମୁଁ ପୁରା ଭୁଲି ଯାଇଥିଲି ! ଦେଲୁ ଦେଲୁ ଫୋନଟା ମୁଁ ତା ସାଙ୍ଗରେ ଟିକେ କଥା ହୁଏ ? ଅତି ଆଦରରେ ଆପଣାର ପଣ ରେ ସୁରେଖାର ଭଲ ମନ୍ଦ ପଚାରିଲେ । ଏଇ ସ୍ନେହ ବୋଳା କଥା କେଇପଦକୁ ହିଁ ତ ସୁରେଖାର ଅପେକ୍ଷା ଥାଏ ! ସ୍ନେହ ସମ୍ପର୍କ ଆଉ କଣ କି ?! ଏଥର ତୋ ମାଆକୁ ଫୋନଟା ଦେଲୁ ! ଆଜ୍ଞା ମାଆ କହି , ଆସ୍ଥା ହାତକୁ ଫୋନଟା ବଢ଼େଇ ଦେଲା ସୁରେଖା
ନିମିଅପା ନରମ ଗଳାରେ ବୁଝେଇ ସୁଝେଇ ଯମା ବ୍ୟସ୍ତ ହେବୁନିରେ ମାଆ ନିମିଅପା ଏବେବି ବଞ୍ଚିଛି ! ହଉ ଏବେ ଫୋନ ରଖିବା । ଏ ବିଷୟରେ ପରେ ଆମେ ପରେ କେତେବେଳେ ଆଲୋଚନା କରିବା ,ତେଣେ କିଏ ଡାକିଲାଣି ଦେଖେ କହି ଫୋନ ରଖିଦେଇ।
ଏପଟେ ସ୍ୱୟଂ ଆଉ ସ୍ୱାହା ସ୍କୁଲରୁ ଆସିଯାଇଥିଲେ । ସେମାନଙ୍କ ଖାଇବା ପିଇବା କଥା ବୁଝି ,ବାକି ପଡିଥିବା ଘର କାମ ସାରି ଆସ୍ଥା ଏମିତି ଗଡୁ ଗଡୁ ଟିକେ ଛାଇ ନିଦ ଲାଗି ଯାଇଥିଲା। ଏତିକି ବେଳକୁ ମୋବାଇଲର ରିଂ ଟୋନ୍ ଟା ବାଜି ଉଠିଲା ।
କ୍ରମଶଃ