Latest Odisha News

BREAKING NEWS

ଆଇନକୁ ଠକିଥିବା ବ୍ୟକ୍ତି ହେଲେ ଆଇନ ମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ନୂଆ ଡ୍ରାମା ଦେଖିବାକୁ ମିଳିଛି । ମହାମେଂଟ ସରକାର ଗଠନ ହେବା ପରେ ଆରଜେଡି ନେତା ଏମଏଲସି କାର୍ତିକେୟ ସିଂଙ୍କୁ ଆଇନ ମନ୍ତ୍ରୀ କରିବା ନେଇ ବିବାଦ ଦେଖାଦେଇଛି । ଆଇନ ମନ୍ତ୍ରୀ ଆଇନ ଜାଲରେ ପଡିଥିବାରୁ ମେଂଟ ସରକାର ସମାଲୋଚିତ ହେଉଛି । ଯେଉଁ ଦିନ କୋର୍ଟ ତାଙ୍କ ବିରୋଧରେ ୱାରେଂଟ ଜାରୀ କରିଥିଲା, ସେହିଦିନ ସେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୪ ରାଜୀବ ରଞ୍ଜନଙ୍କ ଅପହରଣ ମାମଲାରେ ତାଙ୍କ ବିରୋଧରେ ଏହି ୱାରେଂଟ ଜାରୀ କରାଯାଇଥିଲା । ବିଜେପି ଏହି ଘଟଣାରେ ମେଂଟ ସରକାରକୁ ଟାର୍ଗେଟ କରିବା ସହ ବିହାରରେ ଜଙ୍ଗଲରାଜର ଆରମ୍ଭ ବୋଲି କହିଛି ।

Leave A Reply

Your email address will not be published.