Latest Odisha News

BREAKING NEWS

ହେଲମେଟ ପିନ୍ଧିଲେ ବି ଏହି କାରଣ ପାଇଁ ଜୋରିମାନା ଗଣିବେ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ ପିନ୍ଧିନଥିଲେ ଚାଲାଣ ମୋବାଇଲ ମେସେଜକୁ ଆସିବାର ବ୍ୟବସ୍ଥା କରିଛି ସରକାର। କିନ୍ତୁ ଜୋରିମାନାକୁ ଦେଖି ଅନେକ ଗାଡି ଚାଳକ ଯେଉଁ ହେଲମେଟ ପିନ୍ଧୁଛନ୍ତି ସେଥିରେ କୌଣସି ସୁରକ୍ଷା ନଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ହେଲମେଟେ ତିଆରି ହେବାକୁ ଯେଉଁ ସର୍ବନିମ୍ନ ମାନ ରହିଛି ତାହା ନାହିଁ। କହିବାକୁ ଗଲେ ବିଆଇଏସ ଷ୍ଟାଣ୍ଡାର୍ଡ ନିୟମର ଅନୁପାଳନ ହୋଇନି। ତେଣୁ ସରକାର ଏବେ ଏହି ସବୁ ହେଲମେଟ ପିନ୍ଧୁଥିବା ଗାଡି ଚାଳକଙ୍କୁ ସାବାଡ କରି ଚାଲାଣ କାଟିବାକୁ ଯୋଜନା କରିଛନ୍ତି।

BjdElectrycity

ଆପଣ ହେଲମେଟ ପିନ୍ଧିଥିବେ କିନ୍ତୁ ତାହା ବିଆଇଏସ ସାର୍ଟିଫାଏଡ ହେଲମେଟ ହୋଇନଥିବ ତାହେଲେ ଜୋରିମାନା ଗଣିବାକୁ ହେବ। ଏଥିପାଇଁ ୨୦୦୦ ଟଙ୍କାର ଟ୍ରାଫିକ ଚାଲାଣ କଟାଯାଇପାରିବ। ନୂଆ ଟ୍ରାଫିକ୍ ନିୟମ ୧୯୪D MVA ଅନୁଯାୟୀ ଠିକ୍ ଭାବେ ହେଲମେଟ୍ ପିନ୍ଧିନଥିବେ ଏବଂ ବିନା ବିଆଇଏସ ସାର୍ଟିଫାଏଡ ହେଲମେଟ ପିନ୍ଧିନଥିବା ତାହେଲେ ୨୦୦୦ ଟଙ୍କା ଚାଲାଣ କଟାଯାଇପାରିବ। ସରକାର କହିଛନ୍ତି, ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ସୂଚନା ଦେଇ ସଚେତନ କରାଇବା। ଏହାଦ୍ୱାରା ସଡ଼କ ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ।

ଏପ୍ରିଲ ୭, ୨୦୨୨ରେ ପ୍ରକାଶିତ ଦ ହିନ୍ଦୁର ଏକ ରିପୋର୍ଟ ଅନୁଯାୟୀ ୨୦୧୪ ତୁଳନାରେ ୨୦୨୦ରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର ୫୦% ହ୍ରାସ କରିବାକୁ ସୁପ୍ରିମକୋର୍ଟ କମିଟି କହିଥିଲେ। ୨୦୧୪ ରୁ ୨୦୨୦ ମଧ୍ୟରେ ଛଅ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାର ମୃତ୍ୟୁକୁ ଧୀରେ ଧୀରେ ୫୦% ହ୍ରାସ କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ୨୦୨୦ ତୁଳନାରେ ୨୦୨୧ ମସିହାରେ ମୃତ୍ୟୁହାର ପ୍ରାୟ ୭.୨୪% ବୃଦ୍ଧି ହେତୁ ଓଡିଶା ବିପରୀତ ଦିଗକୁ ଯାଇଛି।

୨୦୨୧ ମସିହାରେ, ରାଜ୍ୟରେ ମୋଟ ୧୦,୯୮୪ ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା ଯେଉଁଥିରେ ୫,୦୮୧ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୯,୭୮୨ ଜଣ ଆହତ ହୋଇଥିଲେ। ୨୦୨୦ ରେ, ପ୍ରାୟ ୯,୮୧୭ ଦୁର୍ଘଟଣା ଘଟିଥିଲା ୪,୭୩୮ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୦୧୪ ତୁଳନାରେ ୨୦୨୦ ସୁଦ୍ଧା ସଡକ ଦୁର୍ଘଟଣାରେ ମୃତ୍ୟୁହାରକୁ ୫୦% ହ୍ରାସ କରିବାକୁ ସୁପ୍ରିମକୋର୍ଟ କମିଟି କହିଛି। ଅପରପକ୍ଷେ, ୩,୯୩୧ (ବର୍ଷ ୨୦୧୪) ରୁ ୫,୦୮୧ (ବର୍ଷ ୨୦୨୧) ରୁ ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି । ଯାହାକି ପ୍ରାୟ ୨୯% ବୃଦ୍ଧି।

Leave A Reply

Your email address will not be published.