Latest Odisha News

BREAKING NEWS

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ପ୍ରାଥମିକ ତଦନ୍ତରୁ ଜଣାପଡିଛି ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଦୁଇଜଣ ଆତଙ୍କବାଦୀ ପିସ୍ତଲ ଜରିଆରେ ହତ୍ୟାକାଣ୍ଡ ଘଟାଇଥିଲେ

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି ।

ଆଜି ବୁଦଗାମ ଜିଲ୍ଲାରେ ରାହୁଲ ଭଟ୍ଟ ନାମକ ଜଣେ ସରକାରୀ କର୍ମଚାରୀଙ୍କୁ ଚଦୁରା ତହସିଲ ଅଫିସରେ ଧସେଇ ପଶି ଆତଙ୍କବାଦୀମାନେ ଗୁଳିମାଡ କରି ହତ୍ୟା କରିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତରୀ ଦଳ ମୃତ ଘୋଷଣା କରିଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ରାହୁଲ ଭଟ୍ଟ ତହସିଲ ଅଫିସରେ ରେଭେନ୍ୟୁ ବିଭାଗରେ ଜଣେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ । ବୁଦଗାମ ଜିଲ୍ଲା ସେଖପୁରାରେ ରହୁଥିବା ରାହୁଲ ଭଟ୍ଟଙ୍କ ନିର୍ମମ ହତ୍ୟାକାଣ୍ଡକୁ ନେଇ ବିଜେପି ପ୍ରବକ୍ତା ଅଲତାଫ୍ ଠାକୁର କଡା ଭାଷାରେ ନିନ୍ଦା କରିଛନ୍ତି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଦୁଇଜଣ ଆତଙ୍କବାଦୀ ପିସ୍ତଲ ଜରିଆରେ ହତ୍ୟାକାଣ୍ଡ ଘଟାଇଥିଲେ । ଏହି ଘଟଣା ପରେ କଶ୍ମୀର ଟାଇଗର୍ସ ନାମକ ଏକ ଆତଙ୍କବାଦୀ ସଙ୍ଗଠନ ହତ୍ୟାକାଣ୍ଡକୁ ନେଇ ନିଜକୁ ଦାୟି କରିଛି । ଏକ ସୋସିଆଲ୍ ମିଡିଆ ପୋଷ୍ଟରେ କଶ୍ମୀର ଟାଇଗର୍ସ ମୃତ ରାହୁଲ ଭଟ୍ଟଙ୍କୁ ଜଣେ ଲାଂଚୁଆ ଓ ଭ୍ରଷ୍ଟ କର୍ମଚାରୀ ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.