Latest Odisha News

BREAKING NEWS

ଓଡିଶାରେ ଲଭ୍ ଜିହାଦ: ଗିରଫ ହେଲା ଅଭିଯୁକ୍ତ ସମୀର

ଭୁବନେଶ୍ବର: ଓଡିଶାରେ ପୁଣି ଲଭ୍ ଜିହାଦ ମୁଣ୍ଡ ଟେକିଥିବା ବେଳେ ଏହାର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ବର ପୋଲିସ୍ । କଶ୍ମୀର ଯୁବକ ସମୀର ମନସୁରକୁ ଏବେ ଗିରଫ କରିଛି ରାଜଧାନୀ ମହିଳା ପୋଲିସ୍ । ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଖୋଲୁଛି ସମୀରର ମୁଖା । କେବଳ ଜଗତସିଂହପୁର ଯୁବତୀ ନୁହେଁ ଏମିତି ,ଏକାଧିକ ହିନ୍ଦୁ ମହିଳାଙ୍କୁ ନିଜ ପାଲରେ ଫସାଇଥିଲା ମନସୁର । ଏଥିସହିତ ମନସୁର ମୋବାଇଲ ଜବତ କରିବା ପରେ ସେଥିରୁ ଅନେକ ଯୁବତୀଙ୍କ ଆପତ୍ତି ଜନକ ଭିଡିଓ ଉଦ୍ଧାର ହୋଇଛି । ଧିରେ ଧିରେ ମନସୁରର ଗୁମର ଫିଟିବା ପରେ ଏବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍ । କିଏ ଏବଂ କେଉଁଠିକାର ଯୁବତୀ ତାର ପାଲରେ ପଡିଥିଲେ ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ ।

ତେବେ ଗତକାଲି ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କର ଜାଲ ବୁଣି ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ନିର୍ଯାତନା ଦେଉଥିବା ଜଣେ କାଶ୍ମୀର ଯୁବକକୁ ଧରିଥିଲା ଭୁବନେଶ୍ବର ପୋଲିସ୍ । ତେବେ ୨୦୨୨ରୁ ଅନ୍‌ଲାଇନ୍‌ ଗେମ୍‌ରୁ ହିନ୍ଦୁ ଯୁବତୀଙ୍କ ସହ କାଶ୍ମରୀ ଯୁବକ ସମୀର ମନସୁରର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ପରସ୍ପରକୁ ନିଜର ନମ୍ବର ଦେଇଥିଲେ । ପରେ ନମ୍ବର ଯୋଗେ ଉଭୟ ସଂପର୍କରେ ଥିବା ବେଳେ ଏହାରି ଭିତରେ ୨ରୁ ୩ ଥର ଯୁବତୀଙ୍କୁ ଦେଖା କରିବା ପାଇଁ ସମୀର ଭୁବନେଶ୍ବର ମଧ୍ୟ ଆସିଛନ୍ତି । ହେଲେ ସମୀର ଯୁବତୀଙ୍କ ଠାରୁ ତାଙ୍କର ଧର୍ମ ଲୁଚାଇ ତାଙ୍କୁ ଜଣେ ହିନ୍ଦୁ ଯୁବକ ବୋଲି ପରିଚୟ ଦେଇଥିଲେ । ଯେତେବେଳେ ବିବାହ ପାଇଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇବାକୁ କହିଥିଳେ ସେତେବେଳେ ଯୁବତୀ ଜଣଙ୍କ ସବୁ ସତ ଜାଣିବାକୁ ପାଇଥିଲେ । ଆଉ ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ମଧ୍ୟ ହୋଇଥିଲେ ।

କିନ୍ତୁ କଶ୍ମୀର ଯୁବକ ସମୀର ଯୁବତୀଙ୍କୁ ଆଉ ତାଙ୍କ ପରିବାରଙ୍କୁ ଯୁବତୀଙ୍କ ସହ ତାହାର ଅନ୍ତରଙ୍ଗ ଭିଡିଓ ଦେଖାଇ ବ୍ଲାକମେଲ କରିବାକୁ ଆରମ୍ଭ କରିଥିଲା । ଏମିତିକି ପରିବାରଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲା । ନହେଲେ ସେ ଯୁବତୀଙ୍କ ସହ ତାହାର ଭିଡିଓ ବିଭିନ୍ନ ସାଇଟରେ ଛାଡିଦେବ ବୋଲି ଧମାକାଉଥିଲା । ଖାଲି ସେତିକି ନୁହେଁ, ଯୁବତୀ ଜଣଙ୍କୁ ଶରୀରିକ ନିର୍ଯାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ଗାଳିଗୁଲଜ ମଧ୍ୟ କରୁଥିଲା । ତେବେ ଏହାକୁ ନେଇ ଯୁବତୀଙ୍କ ପରିବାର ପୋଲିସର ସହାୟତା ନେଇଥିବା ବେଳେ ଯୋଜନାବଦ୍ଧ ଭାବରେ ଯୁବତୀଙ୍କୁ ନେଇ ଟ୍ରେନ୍ ଯୋଗେ ପୁଣି କାଶ୍ମୀର ଫେରାର ହେବାକୁ ବାହାରିଥିବା ବେଳେ ମାଡିବସିଥିଲା ଭୁବନେଶ୍ବର ପୋଲିସ୍ । ଏଥିସହ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା ।

ତେବ ଏବେ ମହିଳା ପୋଲିସ୍ ସମୀରକୁ ଗିରଫ କରିଥିବା ବେଳେ ବିଭିନ୍ନ ମହିଳାଙ୍କ ସହ ତାର ସଂପର୍କ ଥିବା ଜଣାପଡିଛି । ତେବେ ଏହା ଉପରେ ପୋଲିସ୍ ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମେଡିକାଲ ଚେକଅପ କରାଯାଇଛି । ବର୍ତ୍ତମାନ ମନସୁର ମହିଳା ଥାନାରେ ଅଛି ।

Comments are closed.