Latest Odisha News

BREAKING NEWS

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ ହାଣ୍ଡି କୁଡୁଆ ଧରି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ଶ୍ରୀମନ୍ଦିର ପ୍ରଶାସନ ଅନୁଯାୟୀ ଦକ୍ଷିଣଦ୍ୱାର ଦେଇ ହାଣ୍ଡିକୁଡୁଆ ପ୍ରବେଶ ନିୟମ ଥିବାରୁ ସହାୟକ ବାରଣ କରିଥିଲେ ।

ଏ ନେଇ ଯାତ୍ରୀ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ସେବାୟତ ରାମକୃଷ୍ଣ ହାତରେ ଧରିଥିବା କୁଡୁଆରେ ଦାମୋଦରଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଲହୁଲୁହାଣ ଅବସ୍ଥାରେ ଦାମୋଦରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ମାମଲାକୁ ନେଇ ସିଂହଦ୍ୱାର ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.