Latest Odisha News

BREAKING NEWS

ମୌସୁମୀ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ମୁମ୍ୱାଇ: ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା । ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍ ହୋଇଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଫଳରେ ଜଳବନ୍ଦୀ ହୋଇଛି ମୁମ୍ବାଇ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ପ୍ରବଳ ବର୍ଷାରେ ମୁମ୍ୱାଇରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ ।

ବର୍ଷା ଯୋଗୁ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ୱାଇ ସହରର ବିଭିନ୍ନ ରୁଟରେ ଦେଖାଦେଇଛି ଟ୍ରାଫିକ୍ ସମସ୍ୟା । ସେହିପରି ବୁଡିଛି ଟ୍ରେନ ଲାଇନ । ଫଳରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ ।

ପାଣିପାଗ ବିଭାଗ କହିଛି, ଆଗାମୀ ୪୮ ଘଣ୍ଟା ଯାଏ ଏଭଳି ମୂଷଳଧାରାରେ ବର୍ଷା ହେବ । ଏପରିକି ମୁମ୍ବାଇରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିବା ସମ୍ଭାବନା ରହିଛି । ଆଜି ମୁମ୍ବାଇରେ ମୌସୁମୀ ପହଞ୍ଚିବ ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.