Latest Odisha News

ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ

ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ ।

ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ ଚର୍ଚ୍ଚାରେ ରହିବାର କାରଣଟା ଟିକିଏ ନିଆରା। ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଏକ ଭାଇରାଲ ଭିଡିଓ ତାଙ୍କୁ ଟାଣି ଆଣିଛି ଚର୍ଚ୍ଚାର ପାରିସର ମଧ୍ୟକୁ । ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ମଧ୍ୟ ବିଗିଡି ଯାଇଛନ୍ତି।

ଏହି ଭାଇରାଲ ଭିଡିଓରେ କ୍ୟାଟ୍ରିନା ବଧୂବେଶରେ ସଜେଇ ହେବା ସହ ହେଭି ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି। ବହୁତ କମ୍ ସମୟର ଏହି ଭିଡ଼ିଓଟିରୁ ବିଶେଷକିଛି ଜଣା ପଡୁନଥିବା ବେଳେ, ଏହା ସତ କି ଏକ ଏଡିଟେଡ଼ ଭିଡିଓ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

କିନ୍ତୁ ଏହି ଭିଡିଓକୁ ଦେଖି ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି ବୋଲି କୁହାଯାଉଛି। ନିଜର ପସନ୍ଦିଦାର ଅଭିନେତ୍ରୀଙ୍କ ବାହାଘରକୁ ଫ୍ୟାନ ମାନେ ଏତେ ସହଜରେ ଗ୍ରହଣ କରି ପାରୁନାହାନ୍ତି ।

Comments are closed.