Latest Odisha News

କରୋନା କବଳରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ଅପିଲ

ମୁମ୍ବାଇ: କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍ ହୋଇଛନ୍ତି । ବର୍ତ୍ତମାନ କ୍ୟାଟ୍ରିନା ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । କ୍ୟାଟ୍ରିନା ନିଜର ଇନଷ୍ଟାଗ୍ରାମରେ ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି ।

କ୍ୟାଟ୍ରିନା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ ଆଇସୋଲେଟ କରିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ କୋଭିଡ ନିୟମ ପାଳନ କରୁଛି । ସବୁ ସତର୍କତା ସତ୍ତ୍ୱେ କରୋନା ପଜିଟିଭ୍ ରିପୋର୍ଟ ଆସିବା ଦୁର୍ଭାଗ୍ୟଜନକ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରାଇବାକୁ ସେ କହିଛନ୍ତି ।

ବଲିଉଡ କଳାକାର ଲଗାତାର ସଂକ୍ରମିତ ହେଉଛନ୍ତି । ପ୍ରତିଦିନ ନୂଆ ନୂଆ କଳାକାର କରୋନା ସଂକ୍ରମିତ ହେଉଛନ୍ତି । ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଗୋବିନ୍ଦା, ବିକ୍କି କୌଶଲ, ଭୂମି ପେଡନେକର, ଆଲିଆ ଭଟ୍ଟ, ରଣବୀର କପୁର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା, ସଶାଙ୍କ ଖୈତାନ ଆଦି ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.