Latest Odisha News

BREAKING NEWS

ମୁମ୍ବାଇ ଇଣ୍ଡିଆନ୍ସର କିରନ ମୋରେଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଟ୍ୟାଲେଂଟ ସ୍କାଉଟ କିରନ ମୋରେ କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୂଚନା ଦେଇଛି । ଆଇପିଏଲକୁ ଆଉ ହାତ ଗଣତି ଦିନ ରହିଛି । ମୋରେଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ଯାଉ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି ବୋଲି ମୁମ୍ବାଇ ପକ୍ଷରୁ କୁହାଯାଇଛି ।

ଏବେ ତାଙ୍କ ଏକାନ୍ତବାସରେ ରଖାଯାଇଛି । ମୋରେଙ୍କ ପୂର୍ବରୁ ଅକ୍ଷର ପଟେଲ, ଦେବଦତ ପାଡିକଲ ଓ ନୀତିଶ ରାଣା ମଧ୍ୟ କୋରାନା ଆକ୍ରାନ୍ତ ହୋଇଥିଲେ । ନୀତିଶ ଇତି ମଧ୍ୟରେ ସୁସ୍ଥ ହେବା ସହ ଟିମ୍ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଅନ୍ୟ ୨ଜଣ କ୍ୱାରେଂଟାଇନରେ ଅଛନ୍ତି ।

Leave A Reply

Your email address will not be published.