Latest Odisha News

BREAKING NEWS

ଖୁବ୍‌ଶୀଘ୍ର ଆସୁଛି ‘କୌନ ବନେଗା କରୋଡ଼ପତି ୧୫’, ପରିବର୍ତ୍ତନ ହେବ କେବିସିର କିଛି ନିୟମ

ମୁମ୍ବାଇ: ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି। ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ସୋନି ଟିଭିର କୁଇଜ୍ ରିଆଲିଟି ସୋ ‘କୌନ ବନେଗା କରୋଡ଼ପତି ୧୫’ର ପ୍ରଥମ ପ୍ରୋମୋ ସୋନି ଟିଭିର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରସାରିତ ହୋଇଛି। ଅମିତାଭ ବଚ୍ଚନ ତାଙ୍କର ଉଜ୍ଜ୍ୱଳ କବିତା ସହ କୌନ ବନେଗା କରୋଡ଼ପତି ନୂଆ ସିଜିନ ଆରମ୍ଭ ହେବାର ଖବର ନିଜ ଟ୍ପିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ସୋନି ଟିଭି ସେୟାର କରିଥିବା ଭିଡିଓରେ ଅମିତାଭ ବଚ୍ଚନ ହିନ୍ଦୀରେ ଏକ କବିତା ଗାଉଛନ୍ତି, “ବଦଲ୍ ରହା ହୈ, ବଦଲ୍ ରହା ହୈ, ସବ୍ କୁଛ୍ ବଦଲ୍ ରହା ହୈ। ବଡେ ଜ୍ଞାନସେ ବଡେ ଶାନସେ ଦେଖୋ ସବ୍ କୁଛ ବଦଲ୍ ରହା ହୈ। ଟାଇମ୍ କି ମୁସକିଲ୍ ଆସ୍କିଂ ହୈ, ତୋ ତେୟାର ମଲଟି ଟାସ୍କିଂ ହୈ। ଭାଇ ଅପନା ବିଜନେଶ୍ ସେମ୍ ହେ ଲେକିନ୍ ମୋଡ୍ ଅଫ୍ ପେମେଣ୍ଟ ବଦଲ୍ ରାହା ହୈ। ଦେଖୋ ସବ୍ କୁଛ୍ ବଦଲ୍ ରହା ହୈ। ଦୁନିଆକି ସୋଚ୍ କି ସାଥ୍ କୋ ଛୋଡ୍ କର୍ ପିଛେ, ଦିଲ୍ ଅପନି ରାହେ ସମଝ୍ ରାହା। ଦିନ୍ ଔର ରାତ୍ କା ଫରକ୍ ନା ରାହା, ସପ୍ନୋସେ ଚେହେରା ଚମକ ରହା। ଦେଖୋ ସବ୍ କୁଛ୍ ବଦଲ୍ ରାହା।”

ବଦଳୁଥିବା ଦେଶର ଏକ ଝଲକ ପ୍ରଦାନ କରି ଏହି ଭିଡିଓରେ ଅମିତାଭ ବଚ୍ଚନ କହିଛନ୍ତି ଯେ କେବିସିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ସାଧାରଣତଃ କେବିସିର ପ୍ରୋମୋରେ ଅମିତାଭ ବଚ୍ଚନ ହଟ୍‌ ସିଟ୍‌ରେ ବସି ଏକ ବିଶେଷ ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି। କିନ୍ତୁ ଏଥର ଭିଡିଓରୁ ହଟ୍‌ ସିଟ୍‌ ଏବଂ ସ୍କ୍ରିନ୍‌ ହଟିଯାଇଛି। ବର୍ତ୍ତମାନ ଏହି ସୋ’ରେ କ’ଣ ପରିବର୍ତ୍ତନ ଘଟିବ ତାହା ସୋ ରିଲିଜ ପରେ ହିଁ ସସପେନ୍ସ ଜଣାପଡିବ।

Leave A Reply

Your email address will not be published.