Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅଙ୍କୁ ଲୋକେ କଲେ ବିରୋଧ, ଆଉ ତାପରେ..

ହାଇଦ୍ରାବାଦ: ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସମୟରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ.ଟି.ଆରଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି ।

ସେ ବର୍ତ୍ତମାନ ତେଲେଙ୍ଗାନାର ପୌରପାଳିକା ଏବଂ ନଗର ଉନ୍ନୟନ ମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି ।

ଯେତେବେଳେ ଜଣେ ଯୁବକ ନିଜର ଅସୁବିଧାକୁ କେ.ଟି.ଆରଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କଲା,ସେତେବେଳେ ତାଙ୍କୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ହଟାଇଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ସିଏମ୍ କେସିଆରଙ୍କ ପୁଅ ବ୍ୟାପିବାକୁ ଥିବା ରୋଗକୁ ରୋକିବା ପାଇଁ ପରିମଳ ଏବଂ ଡିଜେନ୍ସିଫିକେସନ୍ ଡ୍ରାଇଭ୍ ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଔଷଧ ଏବଂ ଡିଜେନ୍ଫେକ୍ଟାଣ୍ଟ ଷ୍ଟକ୍ କରିବା ପାଇଁ  ଅଧିକାରୀମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି ।

ସମସ୍ତ ରିଲିଫ୍ ଆଶ୍ରୟସ୍ଥଳୀରେ ଅସହାୟ ଲୋକଙ୍କ ପାଇଁ ୫୦,୦୦୦ ବେଡ୍ ସିଟ୍ ବ୍ୟବସ୍ଥା କରିବାକୁ କେ.ଟି.ଆର କହିଛନ୍ତି ।

କେ.ଟି.ଆର ନାଲାକୁଣ୍ଟା, ମୁଶେରାବାଦ, ଆମ୍ବରପେଟ ଏବଂ ଟୋଲିଚୋକି ପରିଦର୍ଶନ କରି ବାସିନ୍ଦାଙ୍କ ସହ କଥାବାର୍ତ୍ତା କରି ଏହି ଅଞ୍ଚଳରେ ସ୍ୱାଭାବିକତା ଆଣିବା ପାଇଁ ତାଙ୍କ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଭବିଷ୍ୟତରେ ବନ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ପାଇପଲାଇନ ଏବଂ ସ୍ୱେରେଜ୍ ସିଷ୍ଟମ ସ୍ଥାପନ ପାଇଁ ପ୍ରସ୍ତାବ ଦାଖଲ କରିବାକୁ କେ.ଟି.ଆର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଅସଦୁଦ୍ଦିନ ଓୱାଇସି, ବିଧାୟକ ମୁତା ଗୋପାଳ, କାଲେରୁ ଭେଙ୍କଟେଶ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟ ଏକ ଘଟଣାରେ, ଟିଆରଏସ ଉପଲ ବିଧାୟକ ବି ସୁଭାଷ ରେଡ୍ଡୀ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆବାସିକ ଅଞ୍ଚଳରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଡଙ୍ଗା ଯାତ୍ରା କରିବାକୁ ଯାଇ କ୍ରୋଧିତ ମହିଳାଙ୍କ ଦ୍ୱାରା ବିରୋଧର ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ଏକ ସମୀକ୍ଷା ବୈଠକ କରି ଘୋଷଣା କରିଛନ୍ତି ଯେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟରେ ୫୦୦୦ କୋଟି ଟଙ୍କା ମୂଲ୍ୟର କ୍ଷତି ହୋଇଛି।

ସିଏମ୍ କେସିଆର୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପୁନଃ ଥଇଥାନ ଏବଂ ରିଲିଫ୍ କାର୍ଯ୍ୟ ପାଇଁ ତୁରନ୍ତ ୧୩୫୦ କୋଟି ଟଙ୍କା ଦେବାକୁ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.