Latest Odisha News

BREAKING NEWS

ପିଲାଙ୍କ ନାମକରଣ ବେଳେ ଦ୍ୱନ୍ଦ ଉପୁଜିଲେ ରଖନ୍ତୁ ଏହି ସ୍ୱତନ୍ତ୍ର ନାମ

ମୁମ୍ବାଇ: ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ବହୁତ ଖୁସି ହୁଅନ୍ତି। ଘରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ପିଲା ଜନ୍ମ ହେବା ପୂର୍ବରୁ ହିଁ ଶିଶୁର ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଆଜିକାଲି ମର୍ଡେନ ନାମ କିମ୍ବା ବିଦେଶୀଙ୍କ ନାମରେ ଶିଶୁର ନାମକରଣ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ବଲିଉଡ଼ରେ ଏହି ଟ୍ରେଣ୍ଡ ଉଠିଗଲାଣି। ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ଇନଷ୍ଟାଗ୍ରାମରେ ସେମାନଙ୍କର ଶିଶୁପୁତ୍ରର ନାମ ପ୍ରକାଶ କରିଛନ୍ତି। ଆଉ ସେମାନେ ହିନ୍ଦୁ ପୁରାଣରୁ ନାମ ଚୟନ କରି ନିଜ ପୁଅର ନାମକରଣ କରିଛନ୍ତି।

ଶିଶୁର ପ୍ରଥମ ମାସ ପୂର୍ତ୍ତି ଅବସରରେ ଏହି ଦମ୍ପତି ସେମାନଙ୍କର ଶିଶୁପୁତ୍ରର ନାମ ବାୟୁ କପୁର ଅହୁଜା ରଛିନ୍ତି। ବାୟୁଙ୍କର ପ୍ରଥମ ଛବି ସେୟାର କରି ଏହି ନାମ ପଛରେ ଥିବା ଅର୍ଥକୁ ବୁଝାଇଛନ୍ତି। ସୋନମ କପୁର ଯେଉଁ ନାମ ରଖିଛନ୍ତି ସେହି ନାମ ପଛରେ ହିନ୍ଦୁ ଶାସ୍ତ୍ର ବିଷୟରେ ଉଲ୍ଲେଖ ରହିଛି । ସେ ଏହି ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି ଯେ ବାୟୁକୁ ହନୁମାନ, ଭୀମା, ମାଧବଙ୍କ ପିତା ତଥା ପବନର ଦେବତା ବୋଲି ବର୍ଣ୍ଣନା କରିଛନ୍ତି। ଶିଶୁର ନାମ ପଛରେ ସେମାନଙ୍କର ଧାରଣା ବ୍ୟାଖ୍ୟା କରି ଏହି ଦମ୍ପତି କହିଛନ୍ତି ଯେ ହିନ୍ଦୁ ଶାସ୍ତ୍ରର ପାଞ୍ଚଟି ଉପାଦାନ ମଧ୍ୟରୁ ବାୟୁ ଅନ୍ୟତମ। ସେ ପବନର ଦେବତା, ହନୁମାନ, ଭୀମା ଓ ମାଧବଙ୍କର ଆଧ୍ୟାତ୍ମିକ ପିତା ଏବଂ ପବନର ଅଦ୍ଭୁତ ଶକ୍ତିଶାଳୀ ପ୍ରଭୁ।

ଯଦି ଆପଣଙ୍କ ଘରେ ନବଜାତ ଶିଶୁ ଅଛନ୍ତି କିମ୍ବା ଆସିବାକୁ ଯାଉଛନ୍ତି, ତେବେ ଆପଣ ମଧ୍ୟ ହିନ୍ଦୁ ଶାନ୍ତ୍ର କିମ୍ବା ପୁରାଣରୁ ନିଜ ଶିଶୁର ନାମକରଣ କରିପାରିବେ। ସେହି ନାମଗୁଡିକ କ’ଣ ହୋଇପାରେ ଆସନ୍ତୁ ଜାଣିବା…

ବାୟୁ
ବାୟୁର ସମକକ୍ଷ ପବନ ଏକ ସାଧାରଣ କଥା, କିନ୍ତୁ ସୋନମ୍ ଏବଂ ଆନନ୍ଦ ନିଜ ପୁଅ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ନାମ ଚୟନ କରିଛନ୍ତି।

ଅକ୍ଷର
ଅକ୍ଷର ମଧ୍ୟ ଏକ ଭଲ ନାମ, ଯାହା ସାଧାରଣ ନୁହେଁ। ଏହା ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କ ନାମ। ଏହି ନାମଟି ଦେବତାମାନଙ୍କର ଗୁରୁ ଭାବରେ ବିବେଚନା କରାଯାଏ। ଅକ୍ଷରର ଅର୍ଥ ହେଉଛି ବର୍ଣ୍ଣମାଳା।

ଅନଘ୍
ଅନଘ୍ ମଧ୍ୟ ଏକ ଭିନ୍ନ ନାମ। ଯଦି ଆପଣଙ୍କର ଝିଅ ଅଛନ୍ତି, ତେବେ ତା’ନାଁ ଅନଘ୍ ରଖିପାରିବେ। ଅନଘ୍ ଅର୍ଥ ଶୁଦ୍ଧ ବା ନିଖୁଣ। ଅନଘ୍ ବିଷ୍ଣୁଙ୍କର 146ତମ ନାମ ଅଟେ।

ଅନୁରଜ
ଅନୁରଜ ନାମ ଋକ୍ ବେଦରେ ଉଲ୍ଲେଖ କରାଯାଇଛି। ଏହାର ଅର୍ଥ ଉଜ୍ଜ୍ୱଳ ଏବଂ ଅନେକଙ୍କଠାରୁ ଭିନ୍ନ।

ଅପରାଜିତ
ଆପରାଜିତ ଅର୍ଥାତ୍ ଯିଏ ପରାଜିତ ହୋଇପାରିବ ନାହିଁ। ଭଗବାନ କୃଷ୍ଣଙ୍କ ପୁତ୍ରର ନାମ ମଧ୍ୟ ଆପାରାଜିତ ଥିଲା।

ଅଚ୍ୟୁତ
ଏହା ମଧ୍ୟ ଏକ ପୌରାଣିକ ନାମ। ଅଚ୍ୟୁତ ନାମର ଅର୍ଥ ଅବିସ୍ମରଣୀୟ, ଅମର, କଦାପି ମରିବ ନାହିଁ। ଭଗବାନ ବିଷ୍ଣୁ, ଅଚ୍ୟୁତ ନାମରେ ମଧ୍ୟ ଜଣାଶୁଣା।

ଜାହ୍ନବ
ଜାହ୍ନବ ଜଣେ ହିନ୍ଦୁ ସାଧୁ ଥିଲେ ଯାହାର ପାଦରେ ଗଙ୍ଗା ରହୁଥିଲେ। ଝିଅର ନାମ ଜାହ୍ନବୀ ରଖିପାରିବ।

ଜୀଭା
ଜୀଭା ମଧ୍ୟ ଏକ ଭଲ ଏବଂ ଭିନ୍ନ ନାମ ଅଟେ। ଏହାର ଅର୍ଥ ଜୀବନ୍ତ ଏବଂ ସୁସ୍ଥ।

ଶନାୟ
ସଂସ୍କୃତରେ ଶନାୟର ଅର୍ଥ ଶନି ଦେବଙ୍କର ଶକ୍ତି। ପୁଅର ନାମ ଶନାୟ ଏବଂ ଝିଅର ନାମ ଶନାୟା ହୋଇପାରେ।

ଦକ୍ଷେଶ
ଯଦି ପୁଅ ପାଇଁ ଏକ ଭିନ୍ନ ନାମ ଖୋଜୁଛନ୍ତି, ତେବେ ଆପଣଙ୍କୁ ଦକ୍ଷେଶ ନାମ ପସନ୍ଦ ଆସିପାରେ। ଦକ୍ଷେଶ ନାମର ଅର୍ଥ ହେଉଛି ଦକ୍ଷଙ୍କ ସ୍ୱାମୀ ଏବଂ ରାଜା। ଭଗବାନ ଶିବଙ୍କୁ ମଧ୍ୟ ଦକ୍ଷେଶ କୁହାଯାଏ।

ଦେବେଶ
ଦେବେଶ ନାମ ମଧ୍ୟ ବହୁତ ପସନ୍ଦ କରନ୍ତି ଲୋକେ। ଭଗବାନ ଶିବଙ୍କର ଅନେକ ନାମ ମଧ୍ୟରୁ ଦେବେଶ ନାମ ଅନ୍ୟତମ। ଦେବତାମାନଙ୍କର ରାଜା ଇନ୍ଦ୍ରଙ୍କୁ ମଧ୍ୟ ଦେବେଶ କୁହାଯାଏ।

Leave A Reply

Your email address will not be published.