Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ ବିମଳାଙ୍କୁ ମଧ୍ୟ ଭାଗରେ ରଖାଯାଇ ଅଛି ଓ ବିମଳାଙ୍କୁ ପ୍ରସାଦ ଲାଗିହେଲେ ମହାପ୍ରସାଦ କୁହାଯାଏ ସେଇଭଳି ତୁଳସୀଙ୍କର ପାଖରେ ହେଉଥିବା ଭୋଗକୁ ପ୍ରସାଦ କୁହାଯାଏ ।

ସିଦ୍ଧ ବଳଦେବଜୀଉଙ୍କର ନବ କଳେବର ହୁଏ ନାହିଁ କି ବଳଦେବଜୀଉ ଦାରୁବ୍ରହ୍ମ ନୁହନ୍ତି । ଯେତେବେଳେ ଯେଉଁ ଭକ୍ତ ତାଙ୍କୁ ଡାକନ୍ତି ସେ ତାର ଡାକ ଶୁଣନ୍ତି । ବିବାହ, ବ୍ରତଘର, ନିର୍ବନ୍ଧ ଆଦି ପ୍ରତେକ କାର୍ଯ୍ୟକ୍ରମ କରାଯାଇଥାଏ । ମହାପ୍ରଭୁଙ୍କର ପ୍ରତେକ ନୀତିକାନ୍ତିଙ୍କୁ ପୂଜା ପଣ୍ଡା ନିଯୋଗ ସଠିକ ଭାବରେ କରିଥାନ୍ତି । କେବେ ବି କୌଣସି ନିତି କାନ୍ତି ଏଠି ବନ୍ଦ ହୋଇନାହିଁ ।

ସବୁଠାରୁ ବଡ଼ ଦୁଃଖ ର କଥା ହେଉଛି ବଳଦେବଜୀଉ ମନ୍ଦିରକୁ ଯିବା ପାଇଁ କେନ୍ଦ୍ରାପଡ଼ା ବସଷ୍ଟାଣ୍ଡଠାରୁ ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ । ଭକ୍ତ ମାନେ ଯିବା ଆସିବା  କରିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି ସେବାୟତ ।

 

 

Leave A Reply

Your email address will not be published.