Latest Odisha News

BREAKING NEWS

ଝିଅ ପାଇଁ ୩୬ ବର୍ଷ ପୁରୁଷ ଛଦ୍ମ ବେଶରେ ରହିଥିଲେ ଏହି ମହିଳା

ଥୁଥୁକୁଡି: ତାମିଲନାଡୁର ଥୁଥୁକୁଡି ଜିଲାର ଏସପୋଚିୟାମ୍ମାଲା ନାମକ ୫୭ ବର୍ଷୀୟା ମହିଳା ନିଜ ଝିଅକୁ ଭଲ ଭାବେ ପାଳିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଥିଲେ । ପୁରୁଷ ପ୍ରଧାନ ସମାଜରେ ଝିଅକୁ ପାଳିବା ଜଣେ ବିଧବା ମହିଳାଙ୍କ ପାଇଁ କେତେ କଷ୍ଟ ତାହା ମୁଁ ହୃଦୟଙ୍ଗମ କରିପାରିଛି ବୋଲି ସେ କହିଛନ୍ତି । ତାଙ୍କ କାହାଣୀ ସୋସିଆଲ ସାଇଟ ମାଧ୍ୟମରେ ସମ୍ମୁଖକୁ ଆସିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ବିବାହର ୧୫ ଦିନ ପରେ ପୋଚିୟାମ୍ମାଲାଙ୍କ ପତିଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା । କିଛି ଦିନ ପରେ ଭଗବାନଙ୍କ କୃପାରୁ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା । ପରିବାର ଚଳାଇବା ପାଇଁ ସେ ଅନେକ ସ୍ଥାନରେ ଚାକିରୀ କରିଥିଲେ । ସବୁଠାରେ ତାଙ୍କ ପ୍ରତି ଅଲଗା ନଜରରେ ଲୋକେ ଦେଖିବାକୁ ଲାଗିଥିଲେ । ଶେଷରେ ସେ ନିଷ୍ପତି ନେଲେ ପୁରୁଷ ହୋଇ ଚଳିବେ ।

ତିରୁଚେନ୍ଦୁର ମୁରୁଗନେ ମନ୍ଦିରରେ ନିଜ କେଶ ଦାନ କରିବା ପରେ ସେ ତାଙ୍କ ନାମ ବଦଳାଇ ମୁଥୁ କରିଥିଲେ । ନିଜ ଗ୍ରାମ ଛାଡି ସେ କଟ୍ଟନାୟକନପଟ୍ଟୀରେ ଆସି ବାସ କରିଥିଲେ । ସେବେଠାରୁ ଲୁଙ୍ଗି ଓ ଶର୍ଟ ପିନ୍ଧି ସେ ପୁରୁଷ ଜୀବନ କାଟି ଆସୁଛନ୍ତି । ୨୦ ବର୍ଷ ପରେ ତାଙ୍କ ଝିଅ ବିବାହ କରିସାରିଥିଲେ ମଧ୍ୟ ସେ କିନ୍ତୁ ମୁଥୁ ଭାବେ ମରିବାକୁ ଚାହାନ୍ତି । ଆଧାର କାର୍ଡଠାରୁ ଆରମ୍ଭ କରି ସବୁ ପରିଚୟପତ୍ରରେ ସେ ମୁଥୁ ପାଲଟି ଯାଇଛନ୍ତି । ତାଙ୍କ କାହାଣୀ ଶୁଣିବା ପରେ ଅନେକ ସମାଜସେବୀ ସଂଗଠନ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

Leave A Reply

Your email address will not be published.