Latest Odisha News

BREAKING NEWS

ଚର୍ଚ୍ଚାରେ କେରଳର ଏହି ଚର୍ଚ୍ଚର ଘୋଷଣା

ନୂଆଦିଲ୍ଲୀ: ୟୁପି ଏବଂ ଆସାମ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଉଠାଉଥିବା ବେଳେ କେରଳ ଏକ ଚର୍ଚ୍ଚର ଘୋଷଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ସିରୋ ମାଲାବାର କ୍ୟାଥଲିକ ଚର୍ଚ୍ଚ ୫ରୁ ଅଧିକ ସନ୍ତାନ ଥିବା ଖ୍ରୀଷ୍ଟିଆନ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ । ପ୍ରତ୍ୟେକ ମାସରେ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ବିଶପ ଜୋସେଫ କଲରଂଗଟ ଅନଲାଇନରେ ଏହି ଘୋଷଣା କରିଛନ୍ତି ।

କେରଳରେ ଖ୍ରୀଷ୍ଟିଆନ ଜନସଂଖ୍ୟା କମୁଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଏହି ରାଜ୍ୟର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି ।

Leave A Reply

Your email address will not be published.