Latest Odisha News

BREAKING NEWS

ନଷ୍ଟ ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ

ବଲାଙ୍ଗିର : ଗନ୍ଧମାର୍ଦନ ଜଙ୍ଗଲ ରାସ୍ତା ନିର୍ମାଣରେ ରେଂଜରଙ୍କ ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ । ଏଭଳି  ଅଭିଯୋଗ ଆସିଛି ବଲାଙ୍ଗିର  ଖପ୍ରାଖୋଲ ରେଂଜରଙ୍କ ବିରୋଧରେ । ମନରେଗା ଯୋଜନାରେ ୧୫ କିମି ଜଙ୍ଗଲ ରାସ୍ତାର ଉନ୍ନତିକରଣ କରିଛି ବନ ବିଭାଗ। ଏଥିପାଇଁ ୧୩ ଲକ୍ଷ ୭୧ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ହେଲେ ଏଥିରେ ମେସିନ, ଟ୍ରାକ୍ଟର ବ୍ୟବହାର କରି ଶ୍ରମିକଙ୍କ ଟଙ୍କା ହଡ଼ପ କରାଯାଇଛି । ସଂରକ୍ଷିତ ଜଙ୍ଗଲରୁ ବେଆଇନ୍ ଭାବେ ମାଟି ଉଠା ଯାଇ ଥିବାରୁ ସେଠାରେ ବିରାଟ ଗାତ ସୃଷ୍ଟି ହୋଇଛି । ଯାହା ଜଙ୍ଗଲର ବନ୍ୟ ଜୀବଜନ୍ତୁ ଜୀବନ ପ୍ରତି ବିପଦ ରହିଛି ।

ଗନ୍ଧମାର୍ଦନ ଜଙ୍ଗଲରେ ପ୍ରାକୃତିକ ସମ୍ପଦ ଭରପୂର । କିନ୍ତୁ ମନମାନି ଯୋଗୁଁ ପ୍ରାକୃତିକ ଶୋଭା ରାଜି ନଷ୍ଟ ହେବାରେ ଲାଗିଛି । ଜଙ୍ଗଲରୁ ବେଆଇନ୍ ମାଟି ଉଠାଇ ରାସ୍ତା ନିର୍ମାଣ କରି ଜୀବଜନ୍ତୁଙ୍କୁ ମରଣ ମୁଁହକୁ ଠେଲି ଦିଆ ଯାଇଛି । ସେପଟେ ଏନେଇ ତଦନ୍ତ କରିବାକୁ କହିଛନ୍ତି ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର । ଏପରିକି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରି ପଦକ୍ଷେପ ନେବାକୁ ସେ କହିଛନ୍ତି ।

ସଂରକ୍ଷିତ ଜଙ୍ଗଲରୁ ମାଟି କିମ୍ବା ବାଲି ଉଠାଇଲେ ବନ ବିଭାଗ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥାଏ । ହେଲେ ଏଠି ବିଭାଗୀୟ ରେଞ୍ଜର ମାଟି ଉଠାଇ ଥିବାରୁ ତାଙ୍କ ବିରୋଧରେ ଡିଏଫଓ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

 

Leave A Reply

Your email address will not be published.