ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଲକସ୍ଥିତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣି ଥରେ ଜାତୀୟ ସ୍ତରୀୟ ରାଙ୍କିରେ ପୁଣି ଥରେ ବାଜି ମାରିଛି। ଜାତୀୟ ସ୍ତରୀୟରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ତାଲିକାରେ ହାତୀଓଟ ଓଏଭି ପଞ୍ଚମ ସ୍ଥାନରେ ରହିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ୨୦୨୨-୨୩ର ସରକାରୀ ବିଦ୍ୟାଳୟ ତାଲିକାରେ ଏହି ଶିକ୍ଷାନୁଷ୍ଠାନକୁ ସଫଳତା ମିଳିଛି। ଗତ ପାଞ୍ଚ ବର୍ଷ ହେଲା ହାତୀଓଟ ଓଏଭିକୁ ଜାତୀୟ ସ୍ତରୀୟ ରାଙ୍କିଙ୍ଗ୍ରେ ସଫଳତା ମିଳିବାରେ ଲାଗିଛି। ଦେଶର ଅନେକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ଦେଇଛି। ଗୁଣାତ୍ମକ ଶିକ୍ଷାଦାନ, ନେତୃତ୍ବ ଏବଂ ପରିଚାଳନା ଗୁଣ, ସହପାଠ୍ୟକ୍ରମ କାର୍ଯ୍ୟକ୍ରମ, ଭଲ ଶିକ୍ଷକ, ବୈଷୟିକ ଉପାୟରେ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ପଦକ୍ଷେପ ଯୋଗୁ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ହେଉଛି ପୃଥିବୀର ଅନ୍ୟତମ ବୃହତ ବିଦ୍ୟାଳୟ ଓ ରାଙ୍କିଙ୍ଗ ସର୍ବେ ବ୍ୟବସ୍ଥା। ଏଥିରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଶିକ୍ଷାବିତ, ଅଧ୍ୟକ୍ଷ, ଶିକ୍ଷକ, ଅଭିଭାବକ ଏବଂ ପୁରାତନ ଛାତ୍ରମାନେ ସାମିଲ ଅଛନ୍ତି। ସୂଚନା ଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଆଦର୍ଶ ବିଦ୍ୟାଳୟଗୁଡ଼ିକ ପରିଚାଳିତ ହେଉଛି। ଅନ୍ୟପଟେ ହାତୀଓଟ ଓଏଭିର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଜରିଆରେ ସଶକ୍ତ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହାର ଜାତୀୟ ସ୍ତରରେ ସଫଳତା ଆଣିଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟ ହାତୀଓଟ ଓଏଭିକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
BREAKING NEWS
- ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ
- ଭୁଶୁଡ଼ିଲା ୩ ମହଲା କୋଠା; ୬ ମୃତ
- ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
- ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
- ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…
- ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ
- ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ
- ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ: ଅକ୍ଟୋବର ୧୫ରୁ ଟ୍ରେ’ରେ ଲେଖିବାକୁ ପଡ଼ିବ ‘ବେଷ୍ଟ ବିଫୋର୍’ ତାରିଖ
- ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ
- ବାଲେଶ୍ୱରରେ ଭୁଶୁଡ଼ିଲା ବ୍ୟାସକବି ଫକୀରମୋହନଙ୍କ ସ୍ମୃତି ସହ ଜଡ଼ିତ ୩୦୦ ବର୍ଷର ପୁରୁଣା କୋଠା

Comments are closed.