ତ୍ରିଶୁଲ: ଆମ୍ବୁଲାନ୍ସକୁ ଛାଡିଲେନି ରାସ୍ତା। କେରଳରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ନଭେମ୍ବର ୭ରେ ଘଟିଥିଲା ।
କେରଳର ତ୍ରିଶୁଲରେ ଜଣେ ବ୍ୟକ୍ତି କାର ଚଳାଉଥିଲେ ଏବଂ ଆମ୍ବୁଲାନ୍ସ ତାଙ୍କୁ ପଛରେ ଥିଲା। ଆମ୍ବୁଲାନ୍ସ ସାଇରନ ଏବଂ ହର୍ଣ୍ଣ ବଜାଇ ଚାଲିଥିଲେ ମଧ୍ଯ କାର ଡ୍ରାଇଭର ରାସ୍ତା ଛାଡିନଥିଲେ। ଏହି ଘଟଣାରେ କାର ମାଲିକଙ୍କ ଉପରେ ୨.୫ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି। ଏହା ବ୍ୟତୀତ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି।
ଏହି ଘଟଣା କେରଳର ତ୍ରିଶୂଲର ଚାଲାକୁଡିରେ ଘଟିଛି। ଏକ ଦୁଇ ଲେନ ବିଶିଷ୍ଟ ରାସ୍ତାରେ ଆମ୍ବୁଲାନ୍ସ ମେଡିକାଲ କଲେଜ ଆଡକୁ ଯାଉଥିଲା। ଆମ୍ବୁଲାନ୍ସ ଏହାର ସାଇରନ୍ ଏବଂ ହର୍ଣ୍ଣକୁ କ୍ରମାଗତ ଭାବରେ ୨ମିନିଟରୁ ଅଧିକ ସମୟ ଧରି ବଜାଇ ଚାଲିଥିଲା କିନ୍ତୁ କାର୍ ଡ୍ରାଇଭର ଏହାକୁ ଧ୍ୟାନ ଦେଇନଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
Comments are closed.