Latest Odisha News

BREAKING NEWS

ମଗେଇଥିଲେ ଆଇଫୋନ୍‌ ଆସିଲା ସାବୁନ୍‌ ଓ ୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: କେରଳର ଆଲୁଭା ନାମକ ଜଣେ ବ୍ୟକ୍ତି ଆମାଜନରୁ ଏକ ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଆସିଥିଲା ଏକ ସାବୁନ୍ ଏବଂ  ୫ ଟଙ୍କିଆ ମୁଦ୍ରା। ଏହାସତ୍ତ୍ବେ ଆଇଫୋନ୍‌ ବାବଦକୁ ଆକାଉଣ୍ଟରୁ ନିର୍ଦ୍ଧାରିତ ଟଙ୍କା ମଧ୍ୟ କଟିଯାଇଥିବା ବ୍ୟକ୍ତି ଜଣକ କହିଛନ୍ତି। ତେବେ ଏଭଳି ଘଟଣା ପ୍ରଥମ ନୁହେଁ ଏମିତି ଅନେକ ଘଟଣା ସାମ୍‌ନାକୁ ଆସିଛି।

BjdElectrycity

ନିୟମିତ ଆମାଜନ ଗ୍ରାହକ ଥିବା ଏହି ବ୍ୟକ୍ତି ଜଣକ ତାଙ୍କ ଆମାଜନ ପେ କାର୍ଡ ମାଧ୍ୟମରେ, ୭୦,୯୦୦ ଟଙ୍କା ପୈଠ କରିବା ପରେ ଅକ୍ଟୋବର ୧୨ ରେ ସ୍ମାର୍ଟଫୋନ ଅର୍ଡର କରିଥିଲେ ଏବଂ ଅକ୍ଟୋବର ୧୫ ରେ ପ୍ୟାକେଜ ଗ୍ରହଣ କରିଥିଲେ।

ତେବେ ହାଇଦ୍ରାବାଦରୁ ଅଧିକାଂଶ ପ୍ୟାକେଜ୍ ହାଇଦ୍ରାବାଦରୁ କୋଚିରେ ଦୁଇ ଦିନରେ ପହଞ୍ଚିଥାଏ, କିନ୍ତୁ ତାଙ୍କର ଆଇଫୋନ୍ ୧୨ ଅର୍ଡର ପହଞ୍ଚିବାକୁ ତିନି ଦିନ ସମୟ ଲାଗିଥିଲା। ସେ ସନ୍ଦେହଜନକ ଭାବେ ଆମାଜନ ଡେଲିଭରି ବୟଙ୍କ ସମ୍ମୁଖରେ ବକ୍ସ ଖୋଲି ଏକ ଭିଡିଓ ସୁଟିଂ କରିଥିଲେ। ବକ୍ସଟି ଖୋଲିବା ପରେ ଆଇଫୋନ ୧୨ ବଦଳରେ ସେଥିରୁ ଭିମ୍‌ ବାର୍‌ ସାବୁନ୍‌ ଓ ୫ ଟଙ୍କିଆ ମୁଦ୍ରା ବାହାରିଥିଲା।

ବ୍ୟକ୍ତି ଜଣକ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲା ଯେ ସେପ୍ଟେମ୍ବର ୨୫ ରୁ ଝାଡଖଣ୍ଡର କେହି ଜଣେ ସେହି ଆଇଫୋନ୍ ବ୍ୟବହାର କରୁଛନ୍ତି।

Leave A Reply

Your email address will not be published.