Latest Odisha News

BREAKING NEWS

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ରାୟଗଡ଼ା :ବସ୍ତି ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ । ରାୟଗଡ଼ାରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ କରାଯାଇଛି । ରାୟଗଡ଼ା ସହରର ତିନୋଟି ପ୍ରବେଶ ପଥ ସିରିଗୁଡି,ଖଲିଗୁଡାଓ ମଝିଘରିଆଣି ମନ୍ଦିର ନିକଟରେ ଥିବା ସମସ୍ତ ପ୍ରବେଶ ପଥରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଜାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ବସ୍ତି ବାସିନ୍ଦାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି କର୍ମୀ।

ଏହି ରାସ୍ତା ଅବରୋଧ ସକାଳ ୬ ଟାରୁ ଆରମ୍ଭ ହୋଇଥିବା ।ରାସ୍ତା ଅବରୋଧ କରିଥିବା କର୍ମୀ ମାନଙ୍କୁ ପୋଲିସ ଥାନାକୁ ନେଇଯାଇଥିବା ଜଣାପଡ଼ିଛି । ଏହାକୁ ନେଇ ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଥାନା ପରିସରରେ ନାରାବାଜି କରିଛନ୍ତି।

Leave A Reply

Your email address will not be published.