Latest Odisha News

BREAKING NEWS

ଆଇଏସଏଲରେ ଛେତ୍ରୀଙ୍କ ଗୋଲକୁ ନେଇ ବିବାଦ, ପଡିଆ ଛାଡିଲା କେରଳ ବ୍ଲାଷ୍ଟର୍ସ ଟିମ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ସୁନୀଲ ଛେତ୍ରୀଙ୍କ ଏକ ଗୋଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କେରଳ ବ୍ଲାଷ୍ଟର୍ସ ଟିମ ପଡିଆ ଛାଡି ପଳାଇ ଯାଇଥିଲେ । ରିପୋର୍ଟ ମୁତାବକ ବାଙ୍ଗାଲୋର ଏଫସି ଓ କେରଳ ମଧ୍ୟରେ ପ୍ଲେ ଅଫର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଚାଲିଥିଲା । ଅତିରିକ୍ତ ସମୟରେ ବାଙ୍ଗାଲୋର ଅଧିନାୟକ ସୁନୀଲ ଛେତ୍ରୀ ଏକ ଗୋଲ ସ୍କୋର କରିଥିଲେ । ଯାହାକୁ କେରଳ ଟିମ ବିରୋଧ କରିଥିଲେ । ରେଫରୀଙ୍କ ହସ୍ତକ୍ଷେପ ସତ୍ୱେ ଉଭୟ ଟିମ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ କେରଳ ଟିମ ପଡିଆର ପଳାଇ ଯାଇଥିଲେ ।

ଅଧ ଘଂଟା ପରେ ମ୍ୟାଚ ଅଫିସିଆଲ ସୁନୀଲଙ୍କ ଗୋଲ ଠିକ ଥିଲା ବୋଲି ଘୋଷଣା କରିଥିଲେ । ଏଥିସହ ବାଙ୍ଗାଲୋର ଟିମ ୧-୦ ଗୋଲରେ ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିରେ ଦଳ ମୁମ୍ବାଇକୁ ଭେଟିବ । ଆଇଏସଏଲରେ ପ୍ରଥମ ଥର ପାଇଁ ଏ ଭଳି ବିବାଦୀୟ ଘଟଣା ଦେଖିବାକୁ ମିଳିଛି ।

Leave A Reply

Your email address will not be published.