Latest Odisha News

ସାବରିମାଲା ମନ୍ଦିର ପ୍ରସଙ୍ଗ: ଦର୍ଶନ ପାଇଁ ନାରୀ ନେତ୍ରୀଙ୍କୁ ମିଳିଲା ଅନୁମତି

ଥିରୁବନନ୍ତପୁରମ୍: କେରଳର ପ୍ରସିଦ୍ଧ ଭଗବାନ ଅୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶକୁ ନେଇ ଶନିବାର ଦିନ ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ ପାମ୍ବା ବେସ୍ କ୍ୟାମ୍ପକୁ ଯିବା ଲାଗି ଅନୁମତି ମିଳିଛି।

“ଏକ ଲିଖିତ ପ୍ରତିଶୁତି ଦେବା ପରେ ହିଁ ତାଙ୍କୁ ଅନୁମତି ମିଳିଥିବା” ନେଇ କହିଛନ୍ତି ପୋଲିସ ସୁପରିଟେଣ୍ଡେଣ୍ଟ୍ ଯତିଶ ଚନ୍ଦ୍ର ।

ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଲାଗିରହିଥିବା ବେଳେ ସୋମବାର ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳା ପର୍ବତ ଶିଖରୁ ପ୍ରାର୍ଥନା ସାରି ଫେରି ଆସିବେ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଏହି ଅନୁମତି ମିଳିଛି।

ଉଲ୍ଲେଖଯୋଗ୍ୟ ସାବରିମାଲା ମନ୍ଦିରରେ କିଛି ଲୋକଙ୍କୁ ଅଟକାଇ ରଖାଯିବାକୁ ଘଟଣାରେ ରବିବାର ରାତିରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ଙ୍କ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଆରଏସଏସ ଓ ବିଜେପି କର୍ମୀମାନେ ଏକତ୍ର ହୋଇ ପ୍ରତିବାଦ ଜାହିର କରିଥିଲେ ।

Leave A Reply

Your email address will not be published.