Latest Odisha News

ଆମ୍ବୁଲାନ୍ସ ପାଇଁ ଝଗଡ଼ା ବନ୍ଦ କରିଦେଲେ ଦୁଇ ଗୋଷ୍ଠୀ, ତା’ପରେ… 

କାଲିକଟ: ଆମ୍ବୁଲାନ୍ସ ପାଇଁ ଝଗଡ଼ା ବନ୍ଦ କରିଦେଲେ ଦୁଇ ଗୋଷ୍ଠୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ରାଜ୍ୟର କାଲିକଟ ଜିଲ୍ଲାର ଏକ ସ୍ଥାନୀୟ ସମବାୟ ବ୍ୟାଙ୍କ ରାସ୍ତାରେ ଦୁଇ ବିରୋଧୀ ଗୋଷ୍ଠୀ ପରସ୍ପର ସହ ଝଗଡ଼ା କରୁଥିଲେ। ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ରୋଚକ ମୋଡ ସେତେବେଳେ ଆସିଲା ​​ଯେତେବେଳେ ହଠାତ୍ ଏକ ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଆସିଥିଲା। ଯାହାପରେ ଦୁଇ ଗୋଷ୍ଠୀ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଯାଇ ଝଗଡ଼ା ବନ୍ଦ କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଉଭୟ ଗୋଷ୍ଠୀ ବର୍ଷାରେ ଭିଜିଭିଜି ରାସ୍ତାରେ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପରକୁ ଗୋଇଠା ବିଧା, ଚାପୁଡ଼ା ଓ ମୁଥ ମାରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଅନେକ ମଜାଳିଆ କହୁଥିବା ବେଳେ ଆଉ କିଛି ପ୍ରଶଂସା ମଧ୍ୟ କରୁଛନ୍ତି। କିଛି ଲୋକ ଏହି ଭିଡିଓର ନାମ ‘କେରଳ କାହାଣୀ’ ରଖିଛନ୍ତି।

କିଛି ଲୋକ ଏହି ଘଟଣାକୁ କେରଳର ଶିକ୍ଷା ବ୍ୟବସ୍ଥା ସହିତ ମଧ୍ୟ ଯୋଡିଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ ଶିକ୍ଷିତ ଏବଂ ସଭ୍ୟ ହେବା ମଧ୍ଯ ସ୍ପଷ୍ଟ କରେ ଯେ ଆପଣ ସମାଜ ପ୍ରତି କେତେ ଦାୟୀତ୍ୱବାନ।

 

Comments are closed.