ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l
ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ସୂଚନା ଅନୁସାରେ, ବିଷ୍ଣୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମରଶରୀରକୁ ଓଡ଼ିଶାକୁ ପଠାଯିବାକୁ ବ୍ୟବସ୍ଥା କରାଯାଇଛି l ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ଓ ତାଙ୍କ ବନ୍ଧୁଙ୍କ ପତ୍ନୀ ସ୍ବୀକୃତି ମହାପାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଅଛି l ଉଭୟ ମେଡିକାଲରେ ଆହୁରି ୭୨ ଘଣ୍ଟା ଅବଜରଭେସନ୍ରେ ରହିବେ ବୋଲି କହିଛନ୍ତି ଦିଲ୍ଲୀପ l ଅନ୍ୟପଟେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାବତ ପତ୍ତା ମିଳିନି l ତେବେ ଆଶା ଅଛି ଯେ ସେ ଏବେ ଭଲରେ ଥିବେ l ତାଙ୍କୁ ଉଦ୍ଧାର ପାଇଁ କେରଳ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁଛି ବୋଲି କହିଛନ୍ତି ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l
ସୂଚନା ଅନୁସାରେ, ଗତ ୨୬ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲି ଯାଇଥିଲେ । ବେଙ୍ଗାଳୁରୁରୁ ସେମାନେ କେରଳ ଯାଇଥିଲେ । ସେଠାରେ ଓ୍ବାଏନାଡର ଲିନରା ଭିଲ୍ଲାରେ ରହିଥିଲେ । ଗତ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହାପରେ ଜନବସତି ଆଡକୁ ମାଟିମିଶା ବନ୍ୟା ପାଣି ମାଡିଆସିଥିଲା। ପାଣିର ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ । ପ୍ରିୟଦର୍ଶିନୀ ପାଲ୍ ଓ ସ୍ବୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।
କହିରଖୁଛୁ ଯେ, କେରଳର ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ସେପଟେ ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୫ ଜଣଙ୍କର ମୃତଦେହ ମିଳିବା ସହିତ ସେମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ହେଲେ ଆଉ ୧୦୫ ଲୋକଙ୍କ ମୃତଦେହ ମିଳିନଥିବା ବେଳେ ସେମାନଙ୍କ ଶରୀରର କିଛି କିଛି ଅଂଶ ମିଳିଥିବାରୁ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.