Latest Odisha News

BREAKING NEWS

ମା’ ହେଲେ ଟ୍ରାନ୍ସଜେଣ୍ଡର ଦମ୍ପତି, ପୁଅ କି ଝିଅ ଦେଲେନି ସୂଚନା

ଥିରୁଭାନନ୍ତପୁରମ: କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ଆସିଲା ନୂଆ ଅତିଥି । ଶେଷରେ ପୂରଣ ହେଇଛି ସ୍ୱପ୍ନ  । ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁକୁ ଦେଲେ ଜନ୍ମ  । ଟ୍ରାନ୍ସଜେଣ୍ଡର ଦମ୍ପତି ଜାହାଦ କେରଳର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ।

ଟ୍ରାନ୍ସ ପାର୍ଟନର ମାନଙ୍କ ମଧ୍ୟରୁ ଜିୟା ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, କେରଳର ଏକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ସିଜେରିଆନ ଭାବେ ଶିଶୁଟି ଜନ୍ମ ହୋଇଛି । ପାଭଲେ କହିଛନ୍ତି ଯେ ଶିଶୁକୁ ଜନ୍ମ ଦେଇଥିବା ତାଙ୍କ ସାଥୀ ଜାହଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।ତେବେ ଟ୍ରାନ୍ସଜେଣ୍ଡର ଦମ୍ପତି ନବଜାତ ଶିଶୁ ଝିଅ କି ପୁଅ ପ୍ରକାଶ କରିବାକୁ ମନା କରିଦେଇଛନ୍ତି । ସେମାନେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବରୁ ଉଭୟ ସୋସିଆଲ୍‌ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଥିଲେ। ଯେ ଜାହାଦ ଆଠ ମାସର ଗର୍ଭବତୀ ଅଛନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋରଧରିଥିଲା । ପାଭେଲ ଏବଂ ଜାହାଦ ଗତ ତିନିବର୍ଷ ଧରି ଏକାଠି ରହୁଥିଲେ। ସେ କହିଥିଲେ ଯେଉଁଭଳି ମୋର ଏକ ସ୍ୱପ୍ନ ଥିଲା ମୁଁ ମା’ ହେବି, ସେହିପରି ଜିୟାଙ୍କର ମଧ୍ୟ ବାପା ହେବାର ଏକ ସ୍ୱପ୍ନ ଥିଲା। ଆଉ ଏବେ ଉଭୟଙ୍କ ସହମତି କ୍ରମେ ଏହି ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବୋଲି କହିଥିଲେ।

ଏନେଇ ଶିଶୁକୁ ଜନ୍ମ ଦେଇ ଉଭୟ ଦମ୍ପତିଙ୍କର ମାତା ଏବଂ ପିତା ହେବାର ସ୍ବପ୍ନ ସାକାର ହୋଇଛି । ବର୍ତ୍ତମାନ ଦୁହେଁ ବହୁତ ଖୁସିଥିବା ବେଳେ ନିଜ ଶିଶୁ ଲମ୍ବା ଆୟୁ ପାଇଁ କାମନା କରିଛନ୍ତି  ।

 

Leave A Reply

Your email address will not be published.