Latest Odisha News

BREAKING NEWS

କେବେ ଆସିବ KGF 3 ?

ଭୁବନେଶ୍ୱର: ରକିଂ ଷ୍ଟାର ୟଶଙ୍କ KGF ୨ ପରେ KGF ୩ କେବେ ଆସିବ ତାକୁ ପ୍ରଶଂସକ ଚାହିଁ ବସିଛନ୍ତି । KGF ୨ ଫିଲ୍ମର କାହାଣୀ ଏକ ପୁସ୍ତକରୁ ଆରମ୍ଭ ହୋଇଥିଲା । ସେହିଭଳି ଚ୍ୟାପ୍ଟର ୩କୁ ନେଇ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ କହିଛନ୍ତି, କେଜିଏଫ୍ ୩ ନିଶ୍ଚୟ ଆସିବ । ୟଶ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନଙ୍କ କେଜିଏଫ୍ ୨ କାହାଣୀକୁ ନେଇ ଆଗକୁ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ ରହିଛି ।

କନ୍ନଡ଼ ସିନେମା କେଜିଏଫ୍ ୨ ବକ୍ସ ଅଫିସରେ ବେଶ୍ ସଫଳତା ପାଇଥିଲା । ଏପରିକି ଫିଲ୍ମ ପାଇଁ ରାତି ୨ରୁ ଆରମ୍ଭ ହୋଇଥିଲା ଶୋ । ଫିଲ୍ମଟି ବିଶ୍ୱରେ ବକ୍ସ ଅଫିସରୁ ୧୨୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି । କେବଳ କେଜିଏଫ୍ ୨ ହିନ୍ଦୀ ଭର୍ସନରେ ଆୟ ୪୩୫ କୋଟି ଟଙ୍କାରୁ ଅଧିକ ।

କେଜିଏଫ୍ ୩କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଏବେ ଫିଲ୍ମ ‘ସାଲାର’କୁ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ପ୍ରଭାସ ମୁଖ୍ୟ ଅଭିନେତା ଅଛନ୍ତି । ତେବେ କୁହାଯାଉଛି ଫିଲ୍ମ ‘ସାଲାର’ର କାହାଣୀ କେଜିଏଫ୍ ସହ ଜଡ଼ିତ । ଏହାଛଡ଼ା ଜୁନିଅର ଏନଟିଆର୍ ସହ ପ୍ରଶାନ୍ତ ନିଲ୍ ନିର୍ମାଣ କରୁଥିବା ‘NTR 31’ କେଜିଏଫ୍ ସହ ସମ୍ବନ୍ଧିତ ବୋଲି କୁହାଯାଉଛି । ଏପରିକି ଭବିଷ୍ୟତରେ ୟଶ, ପ୍ରଭାସ ଓ ଏନଟିଆର୍ କେବେବି ଏକାଠି ନଜର ଆସି ପାରନ୍ତି ।

Leave A Reply

Your email address will not be published.