ନୂଆଦିଲ୍ଲୀ:କାନାଡାରେ ରହୁଥିବା ଖଲିସ୍ଥାନୀ ନେତା ତଥା ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଘୋଷିତ ମୋଷ୍ଟୱାଣ୍ଟେଡ୍ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା । ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେ ସହରସ୍ଥିତ ଗୁରୁଦ୍ୱାର ନିକଟ ପାର୍କିଂସ୍ଥଳରେ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନିଜାର ସୁରେ ସ୍ଥିତ ଏହି ଗୁରୁ ନାନକ ଶିଖ ଗୁରୁଦ୍ୱାରର ସଭାପତି ଥିଲେ। ଭାରତ ସରକାରଙ୍କ ପକ୍ଷରୁ କଳା ତାଲିକାଭୁକ୍ତ ଘୋଷଣା କରଯାଇଥିବା ବିଚ୍ଛିନ୍ନତାବାଦୀ ସଂଗଠନ ଶିଖସ୍ ଫର ଜଷ୍ଟିସ (SFJ) ସହିତ ତାଙ୍କର ସଂପୃକ୍ତି ଥିଲା ।
ହରଦୀପଙ୍କୁ ଭାରତ ସରକାଙ୍କ ପକ୍ଷରୁୂ ୱାଣ୍ଟେଡ ଆତଙ୍କବାଦୀ ଘୋଷଣା କରାଯାଇଛି । ଭାରତ ପକ୍ଷରୁ ପ୍ରକାଶିତ ୪୦ ଆତଙ୍କୀ ତାଲକାରେ ମଧ୍ୟ ହରଦୀପଙ୍କ ନାଁ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ତେବେ ସେମାନେ କିଏ ଏବଂ କାହିଁକି ହରଦୀପଙ୍କୁ ହତ୍ୟା କରାଗଲା ସେ ନେଇ ତଦନ୍ତକାରୀ ଟିମ ଅନୁସନ୍ଧାନ ଜାରି ରଖିଛନ୍ତି ।
ଏଠି କହିରଖିବୁ, ହରଦୀପ ସିଂ ନିଜାର କାନାଡାରେ ରହୁଥିଲେ ଏବଂ ସେଠାରୁ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲେ। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟରମାନଙ୍କୁ ବିଦେଶରୁ ଲଜିଷ୍ଟିକ୍ ଏବଂ ଟଙ୍କା ଯୋଗାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା। କିଛି ମାସ ତଳେ ନିଜାରଙ୍କ ଦୁଇ ସହଯୋଗୀଙ୍କୁ ଫିଲିପାଇନ୍ସ ଓ ମାଲେସିଆରୁ ଗିରଫ କରାଯାଇଥିଲା।
ନାଶନାଲ ଇନଭେଷ୍ଟିଗେସନ ଏଜେନ୍ସି ପୂର୍ବରୁ ହରଦୀପଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା । ହରଦୀପଙ୍କ ବିରୋଧରେ କାର୍ଯ୍ୟାେନୁଷ୍ଠାନ ନେବାକୁ ଭାରତ ସରକାର ପକ୍ଷରୁ କାନାଡା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏପରିକି ୨୦୨୨ରେ ଏନଆଇଏ ପକ୍ଷରୁ ହୀରଦୀପଙ୍କ ମୁଣ୍ଡ ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା । ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂ୍ଜାରୀଙ୍କୁ ହତ୍ୟା ଷଡଯନ୍ତ୍ରରେ ସେ ସାମିଲ ଥିବା ନେଇ ଏନଆଇଏ ପକ୍ଷରୁ ଅଭିଯୋଗ ହୋଇଥିଲା ।
Comments are closed.