Latest Odisha News

BREAKING NEWS

କାନାଡାରେ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟାର ସୁଖଦୁଲଙ୍କ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ଭାରତର ଏ କ୍ୟାଟାଗୋରୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂ ଗିଲ ଓରଫ ସୁଖା ଦୁନ୍ନକେଙ୍କୁ ହତ୍ୟା କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ସୁଖାଙ୍କୁ କାନାଡାର ୱିନପିଗରେ ଗୁଳି କରାଯାଇଥିଲା । ପାଖାପାଖି ୧୫ ରାଉଣ୍ଡ ଗୁଳି ଫାୟାରିଂ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନଆଇଏ ଜାରୀ କରିଥିବା ୪୧ ଆତଙ୍କବାଦୀ ତାଲିକାରେ ତାଙ୍କ ନାମ ରହିଥିଲା । ସେ ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ସିଂଙ୍କ ରାଇଟ ହ୍ୟାଣ୍ଡ ଥିଲା । ହରଦୀପଙ୍କ ସେ ଅତି ନିକଟତର ଥିଲେ ।

ସୋସିଆଲ ମିଡିଆରେ ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ଖୁବ ଶୀଘ୍ର ଅନ୍ୟମାନେ ମଧ୍ୟ ସେମାନଙ୍କ ପାପର ଦଣ୍ଡ ପାଇବେ ବୋଲି ଉକ୍ତ ଗ୍ୟାଙ୍ଗ ଉଲ୍ଲେଖ କରିଛି । କାନାଡା ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୁସ୍ୱର୍ଗ ପାଲଟିଛି । ଏ ନେଇ ଭାରତ ଓ କାନାଡା ମୁହାଁମୁହିଁ ହୋଇଛନ୍ତି । ୨୦୧୭ରେ ସୁଖା ଭାରତରେ ଚାକିରୀ ଛାଡି କାନାଡା ପଳାଇ ଆସିଥିଲେ । ସେବେଠାରୁ ସେ ଏହି ଆତଙ୍କବାଦୀ ସଂଗଠନ ସହିତ ଜଡିତ ରହିଛି ।

Leave A Reply

Your email address will not be published.