Latest Odisha News

BREAKING NEWS

ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର: ଭାଙ୍ଗିବ ବୈକୁଣ୍ଠ ଆଶ୍ରମ। ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ବହୁ ବାଦ ବିବାଦ ପରେ ଭୁବନେଶ୍ବର ଖଣ୍ଡଗିରିର ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ। ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ବିଡିଏ। ଏନେଇ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି।

ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ଉଠାଇ ଦେଇଥିଲେ। ଏହାପରେ ବିଡିଏ ପକ୍ଷରୁ ବସିଥିଲା ବୈଠକ। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ପକ୍ଷରୁ ବସିଥିବା ଏହି ବୈଠକରେ ସାଧାରଣ ପ୍ରଶାସନ, ବିଏମସି ଓ ପୋଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ବୈକୁଣ୍ଠଧାମ ଆଶ୍ରମ ଉପରେ ଜାରି ପାଇଁ ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇ ଦେଇଥିଲେ ହାଇକୋର୍ଟ।

ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା। ଏବେ ବୈକୁଣ୍ଠ ଧାମ ପରିସର ଶୂନଶାନ। ଆଶ୍ରମ ଫାଟକରେ ଭିତରୁ ପଡିଛି ତାଲା। ପୁରା ଆଶ୍ରମ ଏବେ ସିସିଟିଭି ନଜରରେ ରହିଛି। ସୂଚନା ଅନୁସାରେ ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ।

ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିଲା। ଜିଏ ବିଭାଗ ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଥିବା କହିଥିଲେ ସହକାରୀ ନିର୍ଦ୍ଦେଶକ। ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ। ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି।

ବୈକୁଣ୍ଠ ଧାମ ଆଶ୍ରମରେ ବାଳକଙ୍କୁ କଳକୀ ଅବତାର ବୋଲି ଘୋଷଣା କରି ତାଙ୍କ ପାଦରେ ତୁଳସୀ ଓ ଭଗବତ ଗୀତା ରଖି ପୂଜାର୍ଚ୍ଚନା କରାଯାଉଥିଲା । ସେ ଲୋକଙ୍କୁ ଭବିଷ୍ୟବାଣୀ କରୁଥିଲେ। ଏହାକୁ ନେଇ ଚର୍ଚ୍ଚାକୁ ଆସିଥିଲା ବୈକୁଣ୍ଠଧାନ ଆଶ୍ରମ। ଏବେ ଫେରାର ଅଛନ୍ତି ଆତ୍ମଘୋଷିତ ବାବା କାଶୀନାଥ। ଆଶ୍ରମରେ ଥିବା ଦାମୀ ବାଇକ ଆଶ୍ରମ ପରିସରରେ ନାହିଁ। ତେବେ କିଏ ଓ କାହିଁକି ଏହି ଦାମୀ ବାଇକ ନେଲା ସେନେଇ ଅନେକ ପ୍ରଶ୍ନ ଉଠୁଛି।

 

Comments are closed.