Latest Odisha News

BREAKING NEWS

ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ : ଗ୍ରାହକଙ୍କୁ ହତ୍ୟା କରି ପରିବା ଦୋକାନୀ ଗିରଫ

ଭୁବନେଶ୍ୱର : ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ । ପରିବା  ଦର ଅଧିକ କହିବାରୁ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ଗ୍ରାହକଙ୍କ ଅକାରଣ ଚାଲିଗଲା ଜୀବନ । ହତ୍ୟାକାରି ପରିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ । ଏମିତି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ । ପରିବାର ଦର ଉଚ୍ଚା ନେଇ ହୋଇଛି ରକ୍ତପାତ । ଗ୍ରାହକଙ୍କୁ ହତ୍ୟା ମାମଲାରେ ପରିବା ଦୋକାନୀ ଗଣେଷ ବରାଡଙ୍କୁ ଗିରଫ କରି କମିଶନରେଟ ପୋଲିସ ।

ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ଅକ୍ଷୟ ପ୍ରଧାନ ନାମକ ଜଣେ ୪୦ ବର୍ଷିୟ ବ୍ୟକ୍ତି ପନିପରିବା କିଣିବା ପାଇଁ ପାତ୍ରପଡା କ୍ରୀଷ୍ଣା ବିହାରକୁ ଯାଇଥିଲେ। ସେହିଠାରେ ଥିବା ଗଣେଷର ପରିବା ଦୋକାନ ରେ ଏନେଇ ପରିବା ରେଟ ବୁଝିଥିଲେ।ହେଲେ ମାର୍କେଟ ଠାରୁ ଦୋକାନିର ଉଚ୍ଚା ଦର ଶୁଣି ନାରାଜ ହୋଇଯାଇଥିଲେ ଅକ୍ଷୟ।ଯାହାକୁ ନେଇ ଏତେ ଦର କଣ ନେଉଛ ବୋଲି କହିଥିଲେ।ହେଲେ ପରିବା ଦୋକାନି ମାର୍କେଟରୁ କିଣି ଘର ପାଖେ ବିକୁଛୁ ଦି ପଇସା ଲାଭରେ ବିକିବୁନୁ କଣ ସେମିତି ଦେଇଦବୁ କହି ଯୁକ୍ତି କରିଥିଲେ।

ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ରାତି ୧୦ଟା ଯୋଗୁ ଉଚନୀଚ କଥାକଟାକଟି ପରେ ଗଣ୍ଡଗୋଳ ଭୀଷଣ ହୋଇଥିଲା।ଶେଷରେ ପରିବା ଦୋକନିଟି ଉତକ୍ଷିପ୍ତ ହୋଇ ପାଖରେ ଥିବା କାଠ ଫାଳିଆ ରେ ଗ୍ରାହାକ ଅକ୍ଷୟର ବେକକୁ ଆକ୍ରମଣ କରିଥିଲେ ।ଶେଷରେ ଗୁରୁତର ଅବସ୍ଥାରେ ଗଭୀର ଆଘାତପ୍ରାପ୍ତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ଵରରେ ଥିବା ଏମସ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।

ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର‌ ହୋଇଥିଲେ।ଏନେଇ ମୃତକଙ୍କ ପତ୍ନିଙ୍କ ହତ୍ୟା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା ପରେ ଗତ ୧୮ ତାରିଖରେ ଅକ୍ଷୟଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ ଅଭିଯୁକ୍ତ ପରିବା ଦୋକାନି ଗଣେଷ ବରାଡକୁ ହତ୍ୟା ମାମଲାରେ ଗିରଫ ପରେ କୋର୍ଟ ଚାଲାଣ କରିଛି।

Comments are closed.