Latest Odisha News

BREAKING NEWS

ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ଆସନ ଦେବାକୁ ଦଳୀୟ ନେତୃତ୍ବକୁ ପରାମର୍ଶ ଦେଲେ ଖାରବେଳ

ବାଲେଶ୍ୱର: ନୀଳଗିରି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି। ସୁକାନ୍ତ ନାୟକ ବିଜେଡିରେ ସାମିଲ ହେବା ପରେ ଏହି ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ଦୋଛକିରେ ରହିଛି। ଏପରି ସ୍ଥିତିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଛନ୍ତି, ନୀଳଗିରିରୁ ପ୍ରତାପ ଷଡ଼ଙ୍ଗୀ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଏବେ ପ୍ରାର୍ଥୀ ହେଲେ ବିଜୟୀ ହେବାର ସମ୍ଭାବନା ଅଧିକ। ତେଣୁ ଦଳ ତାଙ୍କୁ ନୀଳଗିରି ଆସନରୁ ପ୍ରାର୍ଥୀ କରିବାକୁ ବିଜେପି ନେତୃତ୍ବଙ୍କୁ ପରାମର୍ଶ ଦେଇଛନ୍ତି ଖାରବେଳ ସ୍ବାଇଁ।

ଏହି ପରାମର୍ଶ ସହିତ ତାଙ୍କୁ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଉ ବୋଲି କହିଛନ୍ତି। ପୂର୍ବରୁ ତିନି ଥର ସାଂସଦ ଭାବେ ନିଜର ଅଭିଜ୍ଞତାକୁ ଉପଯୋଗ କରିବାର ଇଚ୍ଛା ରଖିଥିବା ଏହି ନେତା ଚଳିତ ଥର ଟିକେଟ ପାଇ ନାହାନ୍ତି। ଅନ୍ତିମ ଥର କନ୍ଧମାଳରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ।

ବାଲେଶ୍ୱର ଲୋକସଭା ପାଇଁ ତାଙ୍କ ନାମ ଘୋଷଣା ନହେବା ପରେ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଥିଲେ ଯେ ସେ ଭୋଟ ହାତେଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ବାଲେଶ୍ୱରରେ ବିଜେପିର ବିକାଶ ପ୍ରସଙ୍ଗରେ କହିବେ କିନ୍ତୁ ଦଳରୁ ଇସ୍ତଫା ଦେବେ ନାହିଁ।

ସେ କହିଛନ୍ତି, ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ଏବଂ ଜିତିଲେ ବିଜେପିରେ ଯୋଗଦେବି। ମୁଁ ଗତ ନିର୍ବାଚନରେ କନ୍ଧମାଳରୁ ନିର୍ବାଚନ ଲଢ଼ିଥିଲି ଏବଂ ଏଥର ବାଲେଶ୍ୱରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛି। କିଛି ସ୍ୱାର୍ଥସଂପନ୍ନ ଗୋଷ୍ଠୀ ଯୋଗୁଁ ମୋତେ ଟିକେଟ୍ ଦିଆଯାଇନି। ମୁଁ ବିଜେପି ଛାଡ଼ିବି ନାହିଁ। ଦଳ ମୋତେ ବହିଷ୍କାର କରିପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.